Latest Odisha News

BREAKING NEWS

ପୋଷା ବିଲେଇ ଖାଇଦେଲା ୫୦ ହେୟାରବ୍ୟାଣ୍ଡ, ଆସନ୍ତୁ ଜାଣିବା ତା ପରେ କଣ ହେଲା

ଲଣ୍ଡନ: ୪୪ ବର୍ଷୀୟା ପଲ ସ୍ପ୍ରାଗେଟ ତାଙ୍କ ପୋଷା ବିଲେଇ ବେରୀକୁ ବହୁତ ଭଲ ପାଆନ୍ତି । ହଠାତ ଦିନେ ବେରୀ ତଳେ ପଡି ଛଟପଟ ହେଲା । ଏହା ଦେଖି ସ୍ପାଗେଟ ତାଙ୍କୁ ତୁରନ୍ତ ପଶୁ ଡାକ୍ତରଖାନା ନେଇଗଲେ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତର କିଛି ଜାଣି ନ ପାରିବାରୁ ସ୍କାନ ପାଇଁ କହିଥିଲେ । ସ୍କାନ ରିପୋର୍ଟ ଦେଖିବା ପରେ ସେ ଚକିତ ହୋଇ ପଡିଥିଲେ । ଏଥିରେ ବେରୀ ପେଟରେ ୫୦ରୁ ଊର୍ଦ୍ଧ୍ୱ ହେୟାରବ୍ୟାଣ୍ଡ ରହିଥିଲା । ଯାହା ଫଳରେ ସେ ଖାଦ୍ୟ ଓ ପାନୀୟ ଗ୍ରହଣ କରିପାରୁ ନ ଥିଲା । ସଙ୍ଗେ ସଙ୍ଗେ ପୋଷା ବିଲେଟିର ଅପରେଶନ କରାଯାଇ ହେୟାରବ୍ୟାଣ୍ଡଗୁଡିକ ବାହାର କରାଯାଇଥିଲା ।

ସ୍ପ୍ରାଗେଟ ଏବେ ଜାଣି ପାରିଲେ ତାଙ୍କ ହେୟାରବ୍ୟାଣ୍ଡଗୁଡିକ ହଠାତ କୁଆଡେ ହଜି ଯାଉଥିଲା । ୨/୪ ଦିନ ଡାକ୍ତରଖାନା ରହିବା ପରେ ବେରୀ ଘରକୁ ପ୍ରତ୍ୟାବର୍ତନ କରିଥିଲା । ଏବେ ପରିବାରବର୍ଗ ପୋଷା ବିଲେଇଟିର ଯତ୍ନ ନେଉଛନ୍ତି । ବେରୀବି ଧିରେ ଧିରେ ସୁସ୍ଥ ହେଉଛି । ଘଟଣାଟି ସୋସିଆଲ ମିଡିଆରେ ଶେୟାର ହେବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.