Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଝାଡଖଣ୍ଡ କେବୁଲ୍ କାର୍ ଦୁର୍ଘଟଣା, କ୍ୟମେରାରେ କଏଦ୍ ଲାଇଭ୍ ଡେଥ୍

ଭୁବନେଶ୍ୱର: କିଛି କ୍ଷଣର ଖୁସୀ ସାଜିଥିଲା ମରଣଯନ୍ତା । ବଂଚିବାର ଆଶା ପାଲଟିଥିଲା ଆତଙ୍କ । ଝାଡଖଣ୍ଡ କେବୁଲ୍ କାର୍ ଦୁର୍ଘଟଣାରେ ଦିନ ତମାମ ଜାରି ରହିଥିଲା ଜବୀନ ମୃତ୍ୟୁର ଖେଳ । ହେଲିକପ୍ଟର୍ ଜରିଆରେ ଉଦ୍ଧାର କାର୍ଯ୍ୟ ହୋଇଥିଲେ ବି କ୍ୟାମେରାରେ କଏଦ ହୋଇଥିଲା ମୃତ୍ୟୁର ତାଣ୍ଡବଲିଳା ।

ଭାରତୀୟ ବାୟୁ ସେନାର ହେଲିକପ୍ଟରରେ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ହୋଇଥିଲା । ହେଲେ ଭାରସାମ୍ୟ ହରାଇ ବ୍ୟକ୍ତି ଜଣକ ବହୁ ଉଚ୍ଚରୁ ତଳକୁ ଖସି ପଡିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ବାସିନ୍ଦା ବୋଲି ଜଣାପଡିଛି ।

ଝାଡଖଣ୍ଡର ଦେଓଘର ଜିଲ୍ଲା ସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ପାଖ ତ୍ରିକୁଟ୍ ପାହାଡରେ ଘଟିଥିଲା ଦୁର୍ଘଟଣା । ରୋପୱେ ତଥା କେବୁଲ୍ କାର୍ ମୁହାଁମୁହିଁ ହେବା ପରେ ୩ଜଣ ନିହତ ଓ ଏକାଧିକ ଲୋକ ଆହତ ହୋଇଥିଲେ । ଉଦ୍ଧାର ପାଇଁ ଦୁଇଟି ଏମ୍‌ଆଇ-୧୭ ହେଲିକପ୍ଟର୍‌, ଏନ୍‌ଡିଆର୍‌ଏଫ୍ ଓ ଇଣ୍ଡୋ ତିବେତାନ୍ ବୋର୍ଡର୍ ପୋଲିସ ନିୟୋଜିତ ହୋଇଥିଲେ ।

 

Leave A Reply

Your email address will not be published.