Latest Odisha News

BREAKING NEWS

Browsing Category

ଅପରାଧ

ଲାଲକିଲ୍ଲା ପରିସରରୁ ୧ କୋଟିର କଳସ ଚୋରି ଘଟଣା, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲା ପରିସରରୁ ଏକ ଜୈନ ଧାର୍ମିକ ସମାରୋହରୁ ପ୍ରାୟ ୧ କୋଟି ଟଙ୍କାର ଏକ କଳସ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି କଳସ ସୁନା ଏବଂ ହୀରାରେ ଜଡିତ ଥିଲା। ସୂଚନା ଅନୁଯାୟୀ, ଏହି ଚୋରି ଘଟଣା ସେପ୍ଟେମ୍ବର ୩ରେ ଏକ ପ୍ରାର୍ଥନା ସମାରୋହ ସମୟରେ…

ଗାଡ଼ିରେ ନେଉଥିଲେ ଗଞ୍ଜେଇ, ଖରାପ ହେବାରୁ ନିଆଁ ଲଗାଇ ଫେରାର

ସୋନପୁର: ସୋନପୁର ବିଙ୍କାରେ ଶନିବାର ଦିନ ଟାୟାର ଫାଟିଯିବାରୁ ଏକ ବଡ଼ ଗଞ୍ଜେଇ ବୋଝେଇ କାରକୁ ଡ୍ରାଇଭର ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ସକାଳ ସମୟରେ ବିଙ୍କା ନୂଆ ବଜାର ନିକଟରେ ଘଟିଥିଲା। ପଞ୍ଜିକୃତ ହୋଇନଥିବା ଗାଡିଟି ନିଆଁରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।…

ମୁମ୍ବାଇ ଉଡ଼ାଇବାକୁ ଧମକ, ଦିଲ୍ଲୀରୁ ଜଣେ ଗିରଫ

ମୁମ୍ବାଇ: ମୁମ୍ବାଇ ଉଡ଼ାଇବାକୁ ଧମକ ଦେବା ଅଭିଯୋଗରେ ଦିଲ୍ଲୀ ନୋଏଡାରୁ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ମୁମ୍ବାଇ ଟ୍ରାଫିକ୍ ପୋଲିସର ସରକାରୀ ହ୍ୱାଟ୍ସଆପ୍ ନମ୍ବରରେ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଯେଉଁଥିରେ ଦାବି କରାଯାଇଥିଲା ଯେ ସହରର ୩୪ଟି…

ଜଜଙ୍କୁ ଧମକ; ୫୦୦ କୋଟି ଧରି ଜଙ୍ଗଲକୁ ଆସ, ନଚେତ୍ ଜୀବନ…

ରେୱା: ରେୱା ଜିଲ୍ଲାର ସୋହାଗି ଥାନା ଅଞ୍ଚଳ ଅନ୍ତର୍ଗତ ତ୍ୟୋନ୍ଥର କୋର୍ଟରେ ନିୟୋଜିତ ପ୍ରଥମ ସିଭିଲ୍ ଜଜ୍ ମୋହିନୀ ଭଦୌରିଆଙ୍କ ନାମରେ ଏକ ଧମକପୂର୍ଣ୍ଣ ଚିଠି ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆସିଛି। ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ଚିଠିଟି ଉତ୍ତର ପ୍ରଦେଶର ପ୍ରୟାଗରାଜ…

ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ; ନିଜ ଦେହରେ ଲଗାଇଥିଲେ ନିଆଁ

କଟକ: କଟକ ସାଲେପୁର ଅଞ୍ଚଳର କାଙ୍କରେଇଲ ଗାଁରେ ମଙ୍ଗଳବାର ଜଣେ ମହିଳା ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ବେଳେ ଗୁରୁତର ଭାବରେ ଚିକିତ୍ସା ପାଇଁ ତାଙ୍କୁ କଟକର ଏସସିବି ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି।…

Assam Police Raids: ଭୁବନେଶ୍ବରରେ ମୋଷ୍ଟ ୱାଣ୍ଟେଡକୁ ଧରିବାକୁ ଆସାମ ପୋଲିସର ରେଡ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଆସାମ ପୋଲିସ ଗୁରୁବାର ରେଡ୍‌ କରିଛି। ତେବେ ଜଣେ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତ୍ମଗୋପନ କରିଥିବା ସୂଚନା ପରେ ଏହି ଚଢ଼ାଉ ଜାରି ରହିଛି। କମିଶନରେଟ ପୋଲିସ ସହାୟତାରେ ଆସାମ ପୋଲିସ ରେଡ୍‌ କରୁଛି। ଇନ୍‌ଫୋସିଟି ପୋଲିସ ସହାୟତାରେ ଏକ ଆପାର୍ଟମେଣ୍ଟରେ ରେଡ୍‌…

ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ଓଡ଼ିଶା ଡିଜିପିଙ୍କୁ ଏନଏଚଆରସିଙ୍କ ନୋଟିସ୍

ଭୁବନେଶ୍ୱର: ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ସ୍ବତଃ ସଂଜ୍ଞାନ ନେଇଛନ୍ତି। ସୂଚନା ଅନୁଯାୟୀ, ୨୯ ଅଗଷ୍ଟ ୨୦୨୫ରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ବ୍ୟକ୍ତି ଅନେକ ଥର ଛୁରାମାଡ଼ କରିଥିଲେ।…

ପାଣିରେ ବୁଡ଼ି ମୃତ୍ୟୁ ନାଟକ; ପ୍ରେମିକ ସହ ପୁରୀରୁ ଉଦ୍ଧାର ମହିଳା

କଟକ: କଟକ ଜିଲ୍ଲା ବାଙ୍କି ଅଞ୍ଚଳର ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ପଳାଇବା ପାଇଁ ମୃତ୍ୟୁର ମିଛ ନାଟକ ରଚିଥିଲେ। ପରେ ଦୁହିଁଙ୍କୁ ପୁରୀରୁ ଠାବ କରାଯାଇଥିଲେ। ସୂଚନା ଅନୁଯାୟୀ, ରତାଗଡ଼ ଗାଁର ଜଣେ ମହିଳା ସୋମବାର ସକାଳେ 'ଖୁଦୁରୁକୁଣୀ' ମୂର୍ତ୍ତି ବିସର୍ଜନ ସମୟରେ ମହାନଦୀରେ ବୁଡ଼ି…

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ବିରୋଧରେ ବିକାନେରରେ ପ୍ରତୀକ ରାଜ ମାଥୁର ନାମକ ଜଣେ ବ୍ୟକ୍ତି ଏକ ଏଫଆଇଆର ରୁଜୁ କରିଛନ୍ତି। ତାଙ୍କ ବିରୁଦ୍ଧରେ ଠକେଇ, ଅସଦାଚରଣ ଏବଂ ବିଶ୍ୱାସଘାତକତା ଭଳି ଅଭିଯୋଗ ହୋଇଛି। ଏଥିସହିତ ତାଙ୍କର ଅନ୍ୟ ଦୁଇ…

ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସମେତ ୭ ଗିରଫ

ଗଜପତି: ୯ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ତିନି ଜଣ ହୋମଗାର୍ଡଙ୍କ ସମେତ ସାତ ଜଣ ଗିରଫ ହୋଇଛନ୍ତି। ଗଜପତି ଜିଲ୍ଲାର ଗାରାବନ୍ଧାର ଟି ଉମା ରେଡ୍ଡି ନାମକ ଜଣେ ବ୍ୟବସାୟୀ ସୋମବାର ଦିନ ତାଙ୍କ ଦୁଇ ବନ୍ଧୁ ଓ ଡ୍ରାଇଭରଙ୍କ ସହ ଜୟପୁରରୁ ରାୟଗଡା ଯାଉଥିଲେ। ସେହି ସମୟରେ ରାଫାକୋଣା ଛକ ନିକଟରେ…