Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟେନସନରେ ବନ ବିଭାଗ; କୋଡିଏ ଦିନରେ ୮ ବାଘଙ୍କ ଗଲାଣି ଜୀବନ

ମହାରାଷ୍ଟ୍ର: ଚଳିତ ବର୍ଷ ଜାନୁଆରୀ ମାସର ପ୍ରଥମ ୨୦ ଦିନରେ ଭାରତରେ ୧୪ଟି ବାଘର ମୃତ୍ୟୁ ଘଟିଛି । ଚିନ୍ତାର ବିଷୟ ହେଲା, କେବଳ ମହାରାଷ୍ଟ୍ରରେ ସର୍ବାଧିକ ଆଠଟି ବାଘର ମୃତ୍ୟୁ ହୋଇଛି । ଏବେ ମହାରାଷ୍ଟ୍ରରେ ବାଘ ମୃତ୍ୟୁସଂଖ୍ୟା ବୃଦ୍ଧିକୁ ନେଇ ବନବିଭାଗର ଚିନ୍ତା ବଢି ଯାଇଛି ।…

୩୪ ବର୍ଷ ପରେ ଆତ୍ମସମର୍ପଣ କଲେ ଜେଲ୍ରୁ ଖସିଯାଇଥିବା କଏଦି

ଥିରୁବନ୍ତପୁରମ୍: କେରଳର କନ୍ନୁର ଜିଲ୍ଲାରୁ ଏକ ରୋଚକମୟ ଖବର ସାମ୍ନାକୁ ଆସିଛି। ୩୪ ବର୍ଷ ପୂର୍ବେ ଜେଲ୍ରୁ ଫେରାର ହୋଇଯାଇଥିବା ଜଣେ କଏଦି ଏବେ ନିଜେ ଆସି ଆତ୍ମସମର୍ପଣ କରିଛି । ଏହି କାହାଣୀ ହେଉଛି ଭାସ୍କରନ୍ ନାମକ ଜଣେ କଏଦୀଙ୍କର, ଯିଏକି ୩୪ ବର୍ଷ ପୂର୍ବେ ପାରୋଲରେ ଜେଲରୁ ବାହାରିଥିଲେ…

ମହାକୁମ୍ଭରେ ଧନୀ ସାଧୁ; ଚର୍ଚ୍ଚାରେ ବାବାଙ୍କ ରୋଲ୍ସ ରଏସ, ରେଞ୍ଜ ରୋଭର୍… 

ପ୍ରୟାଗରାଜ: ପ୍ରୟାଗରାଜରେ ୨୦୨୫ ମହାକୁମ୍ଭକୁ ନେଇ ସବୁଠି ଚର୍ଚ୍ଚା। ସାଧୁସନ୍ଥଙ୍କ ବିବାଦୀୟ ବୟାନ ହେଉ କି ନିଆରା କାର୍ଯ୍ୟଶୈଳୀ। ଆଉ ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି ସାଧୁଙ୍କ ମହଙ୍ଗା ତଥା ବିଳାସପୂର୍ଣ୍ଣ କାର। ସୂଚନା ଅନୁଯାୟୀ, ଏହି ଗାଡି଼ ମଧ୍ଯରେ ୧୯୬୫ ମସିହାର କ୍ଲାସିକ୍…

ଘାଟିରେ ଓଲଟିଲା ଫଳ ବୋଝେଇ ଟ୍ରକ: ୧୦ ମୃତ, ୧୫ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକ ଉତ୍ତର କନ୍ନଡ ଜିଲ୍ଲା ଆରାବେଲ ଘାଟିରେ ଭୟଙ୍କର ଦୁର୍ଘଟଣା। ଗାଡିକୁ ସାଇଡ ଦେଇ ଓଲଟିଲା ଫଳ ବୋଝେଇ ଟ୍ରକ। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ୟାଲାପୁରା ତାଲୁକ ହସ୍ପିଟାଲରେ ଭର୍ତ୍ତି…

ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ, ୨୪ ଆକ୍ରାନ୍ତ ଚିହ୍ନଟ

ପୁନେ: ପୁନେରେ ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ (ଜିଏସବି) । ଗୁଇଲେନ-ବାରେ ସିଣ୍ଡ୍ରୋମର ୨୪ଟି ମାମଲା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛି ସ୍ଵାସ୍ଥ୍ୟ ବିଭାଗ । ଏହି ରୋଗର ଆକସ୍ମିକ ବୃଦ୍ଧିର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଛି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ । ପୁନେ…

ଫେବୃଆରୀ ୨ରେ ଖୋଲିବ ରାଷ୍ଟ୍ରପତି ଭବନସ୍ଥିତ ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨ ତାରିଖରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲିବ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ‘ଅମୃତ ଉଦ୍ୟାନ’ । ମାର୍ଚ୍ଚ ୩୦ ତାରିଖ ଯାଏଁ ଖୋଲା ରହିବ ରାଷ୍ଟ୍ରପତି ଭବନର ‘ଅମୃତ ଉଦ୍ୟାନ’ । ସପ୍ତାହର ୬ ଦିନ ଅମୃତ ଉଦ୍ୟାନ ଖୋଲା ରହିବା ବେଳେ କେବଳ ସୋମବାର ଦିନ ଏହା…

ଋଷ ରାଷ୍ଟ୍ରପତିଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, ୟୁକ୍ରେନ ସହ ଯୁଦ୍ଧ ବନ୍ଦ ନକଲେ ଭୋଗିବ ପରିଣାମ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଟ୍ରମ୍ପଙ୍କ କଡା ଚେତାବନୀ। ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ। ଯୁଦ୍ଧ ବନ୍ଦ ନକଲେ ଋଷିଆ ଉପରେ ନୂଆ କଟକଣା ଲଗାଇବାକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି। ତୁରନ୍ତ ୟୁକ୍ରେନ୍ ସହ ଆଲୋଚନା କରି…

ଶେଖ୍ ହସିନାଙ୍କୁ ଶୀଘ୍ର ଫେରାଅ, ନଚେତ୍…..

ନୂଆଦିଲ୍ଲୀ: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫେରାଇବାକୁ ଭାରତକୁ ଚିଠି ଲେଖିଲା ବାଂଲାଦେଶ। ଭାରତରୁ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରଖିବ ଏବଂ ଆବଶ୍ୟକ ପଡ଼ିଲେ ଅନ୍ତର୍ଜାତୀୟ ହସ୍ତକ୍ଷେପ ଲୋଡ଼ିବ ବୋଲି ଚିଠିରେ ଉଲ୍ଲେଖ…

ଆମେରିକାରେ କ୍ବାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ, ପରୋକ୍ଷ ଭାବେ ଚୀନ୍‌କୁ ଚେତାବନୀ

ୱାଶିଂଟନ: ଆମେରିକାରେ କ୍ବାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଏହି କ୍ବାଡ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ସାମିଲ ଅଛନ୍ତି। ସାମୁଦ୍ରିକ କ୍ଷେତ୍ରକୁ ସୁଦୃଢ଼ କରିବା…

ହାର୍ଡୱାର୍କ ବ୍ୟକ୍ତିଗତ ପସନ୍ଦ, ସପ୍ତାହକୁ ୭୦ ଘଣ୍ଟା କାର୍ଯ୍ୟ ନେଇ ନାରାୟଣ ମୂର୍ତ୍ତିଙ୍କ ପ୍ରତିକ୍ରିୟା…

ନୂଆଦିଲ୍ଲୀ: ସପ୍ତାହକୁ ୭୦ ଘଣ୍ଟା କାର୍ଯ୍ୟ ନେଇ ଇନଫୋସିସର ସହ-ପ୍ରତିଷ୍ଠାତା ଏନ.ଆର. ନାରାୟଣ ମୂର୍ତ୍ତି ପରାମର୍ଶ ଦେବା ପରଠାରୁ ବିବାଦ ଆରମ୍ଭ ହୋଇଥିଲା। ଯାହାପରେ ସଫେଇ ଦେବାକୁ ଯାଇ ସେ ଆଉ ଏକ ନୂଆ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କଠିନ ପରିଶ୍ରମ କରିବା ନିଜର ବ୍ୟକ୍ତିଗତ ପସନ୍ଦ…