Latest Odisha News

BREAKING NEWS

Browsing Category

ଫିଚର

ମିଠା ପ୍ରେମୀଙ୍କ ପାଇଁ ଖୁସି ଖବର, ମଗଜି ଲଡୁକୁ ଜିଆଇ ମାନ୍ୟତା

ଭୁବନେଶ୍ୱର: ମିଠା ପ୍ରେମୀଙ୍କ ପାଇଁ ଖୁସି ଖବର। ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ମଗଜି ଲଡୁକୁ ଜିଆଇ ଟ୍ୟାଗ ମିଳିଲା ପରେ ଢେଙ୍କାନାଳବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହୋଇଛି । ୨୦୨୦ରେ ଓୟୁଏଟି ସହଯୋଗରେ ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଗଜି ଲଡୁକୁ…

ଦିନକୁ ଦିନ ବଢୁଛି ସାଇବର ଠକଙ୍କ ଦୌରାତ୍ମ୍ଯ, ୬ ମାସରେ ୩୬ କୋଟି ଲୁଟିଲେ

ଭୁବନେଶ୍ୱର: ଦିନକୁ ଦିନ ବଢିଚାଲିଛି ସାଇବର ଠକଙ୍କ ଦୌରାତ୍ମ୍ଯ। ଶିକାର ହେଉଛନ୍ତି ଜନତା। ଗତ ୬ ମାସ ମଧ୍ୟରେ ଭୁବନେଶ୍ୱରରେ ସାଇବର ଅପରାଧ ଜନିତ ୨ ହଜାର ୩୯୪ଟି ରିପୋର୍ଟ ଥାନାକୁ ଆସିଛି। ସାଇବର ଲୁଟେରାଙ୍କ ଟାର୍ଗେଟରେ ଅଛନ୍ତି ସାଧାରଣ ଜନତା । ୨୦୨୪ ଜାନୁଆରୀରୁ ଜୁନ୍ ମାସ ଅର୍ଥାତ୍ ଗତ…

ମକା ଖାଇବା ପରେ ଭୁଲରେ କରନ୍ତୁ ନି ଏପରି କାମ, ବିଗିଡି ପାରେ ସ୍ୱାସ୍ଥ୍ୟାବସ୍ଥା !

ଭୁବନେଶ୍ଵର: ବର୍ଷାଦିନେ ମକା ଖାଇବାର ଆନନ୍ଦ ଟିକେ ଅଲଗା। ପ୍ରବଳ ବର୍ଷାରେ ମକାକୁ ପୋଡି ଲୁଣ, ଲଙ୍କା ଓ ଲେମ୍ବୁ ଦେଇ ଖାଇବା ଏକ ନିଆରା ସ୍ୱାଦ। ମକା ଖାଇବା କେବଳ ସ୍ୱାଦିଷ୍ଟ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ। ଏଥିରେ ଫାଇବର, କ୍ୟାଲସିୟମ, ଭିଟାମିନ୍ ସି, ଭିଟାମିନ୍ B12…

ସମୁଦ୍ର ତଳେ କେତେ ଗଭୀରରେ ରହିଛି ରାମସେତୁ, ଇସ୍ରୋ ଜାରି କଲା ନକ୍ସା

ନୂଆଦିଲ୍ଲୀ: ଆପଣମାନେ ପିଲାଦିନରୁ ରାମାୟଣର ରାମସେତୁ ବିଷୟରେ ଶୁଣି ଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଇସ୍ରୋ ରାମ ସେତୁ ସମ୍ପର୍କରେ ରୋଚକ ତଥ୍ୟ ଦେଇଛି। ସମୁଦ୍ର ତଳେ କେତେ ଗଭୀରରେ ରହିଛି ରାମସେତୁ, ଇସ୍ରୋ ଜାରି କରିଛି ନକ୍ସା। ସୂଚନା ଅନୁଯାୟୀ, ଆମେରିକାର ସ୍ପେସ୍ ରିସର୍ଚ୍ଚ କେନ୍ଦ୍ର…

ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ପୁଳାପୁଳା ଟଙ୍କା ଓ ସୁନା

ତିରୁଚିରାପଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ ବେଳେ ବାହାରିଲା ଟଙ୍କା ସାଙ୍ଗକୁ ପୁଳା ପୁଳା ସୁନା। ଏପରି ଘଟଣା ତାମିଲନାଡ଼ୁର ତିରୁଚିରାପଲ୍ଲୀରେ ଘଟିଛି। ଯାତ୍ରୀଙ୍କ ବ୍ୟାଗରୁ ୧.୮୯ କୋଟିର ଗହଣା ଜବତ କରିବା ସହ ୧୫ଲକ୍ଷ ଟଙ୍କାର କ୍ୟାସ୍‌ ଜବତ କରିଛି। ଏହି ମାମଲାରେ ଚେନ୍ନାଇରୁ…

ପତଞ୍ଜଳି ବିରୋଧରେ ୫୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ପତଞ୍ଜଳିର ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ବମ୍ବେ ହାଇକୋର୍ଟ କର୍ପୁର ଉତ୍ପାଦ ବିକ୍ରୟ ପାଇଁ ପତଞ୍ଜଳି ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ଗତ ବର୍ଷ ଅଗଷ୍ଟରେ ହାଇକୋର୍ଟ ପତଞ୍ଜଳିଙ୍କୁ ଏହାର କର୍ପୁର ଉତ୍ପାଦ ବିକ୍ରୟ ନକରିବାକୁ ନିର୍ଦ୍ଦେଶ…

ଏଣିକି ଛାଡପତ୍ର ପରେ ମୁସଲିମ ମହିଳାଙ୍କୁ ମିଳିବ ଭରଣପୋଷଣ

ନୂଆଦିଲ୍ଲୀ: ଛାଡ଼ପତ୍ର ପରେ ବି ଆଇନଗତ ଦୃଷ୍ଟିରୁ ସ୍ତ୍ରୀର ଭରଣ ପୋଷଣ ଦାୟିତ୍ୱ ନେବାକୁ ସ୍ୱାମୀ ବାଧ୍ୟ। ରକ୍ଷଣାବେକ୍ଷଣ କ୍ଷେତ୍ରରେ ଧର୍ମ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ଏକ ମାମଲା ର ଶୁଣାଣି କରି କହିଛନ୍ତି। ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ…

ଆସନ୍ତା ଦୁଇ ଦିନ ଯାଏଁ ଏହିସବୁ ଜିଲ୍ଲାରେ ହୋଇପାରେ ବର୍ଷା

ଭୁବନେଶ୍ୱର: ଓଡିଶାରେ ବର୍ଷାର ପରିମାଣ କମିବା ପରେ ରାଜ୍ୟର କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ମଙ୍ଗଳବାର ଦିନ ୟେଲୋ ଆଲର୍ଟ ଜାରି କରିଛି ଆଇଏମଡି। ଜୁଲାଇ ୯ରେ ବାଲ‌େଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖ‌ୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଏବଂ…

ପିଏମ୍ ଆବାସ ଯୋଜନା ଟଙ୍କା ଧରି ପ୍ରେମିକ ସହ ୧୧ ମହିଳା ଫେରାର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଟଙ୍କାକୁ ନେଇ ଫେରାର ହୋଇଯାଇଛନ୍ତି ୧୧ ମହିଳା। ଏହି ଘଟଣା ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାରୁ ଆସିଛି। ଯାହାକୁ ନେଇ ଉତ୍ତରପ୍ରଦେଶରେ ଚର୍ଚ୍ଚା ଜୋରଧରିଛି। ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ୧୧ ଜଣ ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର…

ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ସତର୍କତା

ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଆରମ୍ଭ ହୋଇଗଲାଣି। ଡେଙ୍ଗୁ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଜାରି କରିଛନ୍ତି। ଗତ ୫ବର୍ଷ ଭିତରେ ଯେଉଁ ଯେଉଁ ଅଞ୍ଚଳ ଡେଙ୍ଗୁ ହଟସ୍ପଟ୍ ରହିଥିଲା ତାହାକୁ ଚିହ୍ନଟ କରି ମ୍ୟାପିଂ କରିବା ଓ ସର୍ବେକ୍ଷଣ କରିବା ଲାଗି ନିର୍ଦ୍ଦେଶ…