Latest Odisha News

BREAKING NEWS

Browsing Category

ଫିଚର

୧୫୬ ଔଷଧକୁ ବ୍ୟାନ କଲେ ସରକାର, ଜାଣନ୍ତୁ କେଉଁ ସବୁ ମେଡିସିନ ସାମିଲ

ନୂଆଦିଲ୍ଲୀ: ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡ଼ିକୁ ଗୁରୁବାର ଭାରତ ସରକାର ଏକ ବଡ ଝଟକା ଦେଇଛନ୍ତି। ୧୫୬ ଔଷଧର ଫିକ୍ସଡ ଡୋଜ ମିଶ୍ରଣକୁ ସରକାର ବ୍ୟାନ କରିଛନ୍ତି। ଏଥିରେ ଆଣ୍ଟିବାୟୋଟିକ୍, ଯନ୍ତ୍ରଣା ନିବାରକ ଏବଂ ମଲ୍ଟିଭିଟାମିନ୍ ଅନ୍ତର୍ଭୁକ୍ତ। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ…

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରହିବ

ଭୁବନେଶ୍ୱର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଯୋଜନା ଜାରି ରହିବ ବୋଲି ଗୁରୁବାର ଦିନ ସ୍ପଷ୍ଟ କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି…

ଅଲିମ୍ପିକ୍ସ ବିଜୟୀ ଭାରତୀୟ ହକି ହିରୋଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନବୀନ ନିବାସରେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳ ପହଞ୍ଚିଛନ୍ତି। ଏହି ଅବସରରେ ହକି ହିରୋଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ନବୀନ ପଟ୍ଟନାୟକ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ନେତୃତ୍ୱରେ ଆଜି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ…

ରୋନାଲ୍ଡୋଙ୍କ ରେକର୍ଡ; ୟୁଟ୍ୟୁବରେ ଏଣ୍ଟ୍ରି ପରେ ୯୦ ମିନିଟରେ ୧୦ ଲକ୍ଷ ସବସ୍କ୍ରାଇବର

ନୂଆଦିଲ୍ଲୀ: ବିଶ୍ୱର ଖ୍ୟାତନାମା ଫୁଟବଲ ତାଲିକାରେ ରହିଥାନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ଏବେ ସେ ଡିଜିଟାଲ ଦୁନିଆରେ ପ୍ରବେଶ କରିଛନ୍ତି। ଏହି ଫୁଟବଲ୍ ଖେଳାଳି ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ କରିଛନ୍ତି। ଚ୍ୟାନେଲ୍ ଲଞ୍ଚ କରୁକରୁ ପ୍ରଥମ ୯୦ ମିନିଟରେ ଏକ ମିଲିୟନରୁ ଅଧିକ ଲୋକେ ତାଙ୍କ…

ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ୧୩ ଜିଲ୍ଲାକୁ ସତର୍କତା

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ସମେତ ଓଡିଶାର ୧୩ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ବୁଧବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଭଦ୍ରକ, କଟକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, ଖୋର୍ଦ୍ଧା (ଭୁବନେଶ୍ୱର), ପୁରୀ, ନୟାଗଡ଼,…

ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲଙ୍କ ନାଁରେ ସଙ୍ଗୀନ ଅଭିଯୋଗ

କୋଲକାତା: ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ। ମୃତଶରୀରକୁ ନେବା ପାଇଁ କେହି ପରିବାର ଲୋକ ଦାବି କରନ୍ତି ନାହିଁ ସେ ତାହାର ଅଙ୍ଗକୁ ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ। କଲେଜର ଜଣେ ପୂର୍ବତନ ଡେପୁଟି ସୁପରିଟେଣ୍ଡେଣ୍ଟ ଏଭଳି ଅଭିଯୋଗ…

ମୃତ୍ୟୁ ପରେ ଓଟ ପାଲଟିଯାଏ ସାଇଲେଣ୍ଟ ବୋମା, ପାଖକୁ ଗଲେ ହୁଏ ବିସ୍ଫୋରଣ

ରାଜସ୍ଥାନୀ ଲୋକେ ଓଟକୁ ବହୁତ ଭଲ ପାଆନ୍ତି। ତାଙ୍କୁ ନିଜ ସନ୍ତାନ ପରି ଯତ୍ନ ମଧ୍ୟ କରନ୍ତି। କିନ୍ତୁ ଯେତେବେଳେ ଗୋଟିଏ ଓଟ ମରିଯାଏ, ସେତେବେଳେ ଓଟ ମାଲିକ ମୃତ ଓଟ ନିକଟକୁ ଯାଏ ନାହିଁ କିମ୍ବା ଅନ୍ୟ କାହାକୁ ମଧ୍ୟ ଯିବାକୁ ପରାମର୍ଶ ଦିଅନ୍ତି ନାହିଁ। ଏହାର କାରଣ ଅନେକ ରୋଚକ ରହିଛି।…

ସିମ୍ ବକ୍ସ ରାକେଟର ଅଭିଯୁକ୍ତ ରାଜୁକୁ ଜେରା କରିପାରେ ଏନଆଇଏ

ଭୁବନେଶ୍ୱର: ସିମ୍ ବକ୍ସ ରାକେଟର ଯାଞ୍ଚ ପାଇଁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଟିମ୍ ବୁଧବାର ଓଡିଶାର ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏନଆଇଏ ମୁଖ୍ୟ ଅଭିଯୁକ୍ତ ରାଜୁ ମଣ୍ଡଳଙ୍କୁ ପଚରାଉଚରା କରିବ। କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍କ୍ବାଡ୍ ରାଜୁକୁ ଧରି ରାଞ୍ଚିରୁ ଭୁବନେଶ୍ୱରକୁ…

୨୩ରେ ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ

ପୁରୀ: ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ ହେବ ଖାଲି ଆଲମିରା ଓ ସିନ୍ଦୁକ। ୨୩ ତାରିଖ ଦିନ ୧ଟାରୁ ଏହି ସ୍ଥାନାନ୍ତରଣ କାର୍ଯ୍ୟ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ଏସଓପି ଅନୁଯାୟୀ ଏହାକୁ ସ୍ଥାନାନ୍ତରଣ କରାଯିବ। ସୂଚନା ଅନୁଯାୟୀ, ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରୁ…

ବିରୋଧ ପରେ ‘ଲେଟେରାଲ୍ ନୋ’ ଏଂଟ୍ରି’ 

ନୂଆଦିଲ୍ଲୀ: ଲେଟେରାଲ ଏଂଟ୍ରି ପ୍ରସଙ୍ଗରେ ଡରିଗଲେ କି ଏନଡିଏ ସରକାର? ଭାରି ପଡିଲା କି ବିରୋଧୀ ଦଳର ବିରୋଧ ? ଜୋରଦାର ବିରୋଧ ଓ ଏନଡିଏ ସହଯୋଗୀଙ୍କ ଆପତ୍ତି ପରେ ପଛଘୁଂଚା ଦେଇଛନ୍ତି ମୋଦି ସରକାର । ଲେଟେରାଲ ଏଂଟ୍ରି ଜରିଆରେ ୪୫ଟି ଉଚ୍ଚ ସରକାରୀ ପଦ ପୂରଣ ପାଇଁ ଲୋକସେବା ଆୟୋଗ (ୟୁପିଏସସି)ର…