Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୋଗ ହେଉଛି ବିଶ୍ୱ ମାନବ ସମାଜକୁ ଭାରତର ଏକ ମହାର୍ଘ୍ୟ ଉପହାର: ଓଡ଼ିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ…

ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ୱ: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ

ଭୁବନେଶ୍ୱର: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ। ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ୱ ଦେଇ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପୁଣି ଥରେ ବୃଦ୍ଧି କରାଯାଇଛି । ରାଜ୍ୟ ସରକାର ୨ ଟଙ୍କା ୯୨ ପଇସା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ମୂଲ୍ୟ ପରେ ପ୍ରାଥମିକ ଛାତ୍ରଛାତ୍ରୀଙ୍କ…

ଲିଟର ପିଛା ୨ ଟଙ୍କା ବଢ଼ାଇଲା ଓମଫେଡ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ କ୍ଷୀର ଉତ୍ପାଦକ ମହାସଂଘ (ଓମଫେଡ) ନିଜର ସମସ୍ତ ପ୍ରକାରର କ୍ଷୀରର ମୂଲ୍ୟ ବୃଦ୍ଧି କରିଛି। ପ୍ରିମିୟମ୍ ଏବଂ ଟୋନଡ କ୍ଷୀର ଏବେ ପ୍ରତି ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ପଡିବ। ଗୋଲ୍ଡ କ୍ଷୀରର ମୂଲ୍ୟ ୪ ଟଙ୍କା ବୃଦ୍ଧି କରାଯାଇଛି। ତେବେ ସଂଶୋଧିତ ଦର…

ଭୁବନେଶ୍ବରରେ ପହଞ୍ଚିଲେ କଂଗ୍ରେସର ଅନୁଧ୍ୟାନକାରୀ ଦଳ: ଗୋପାଳପୁର ଗଣଦୁଷ୍କର୍ମ ଘଟଣାସ୍ଥଳ ପରିଦର୍ଶନ କରିବେ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ଗୋପାଳପୁର ଘଟଣାକୁ ନେଇ କଂଗ୍ରେସ ଗଢିଥିବା ଅନୁଧ୍ୟାନକାରୀ ଦଳ । ଏନେଇ ୫ ଜଣିଆ ତଥ୍ୟ ଅନୁଧ୍ୟାନକାରୀ ଦଳ ୪ ଦିନିଆ ଓଡିଶା ଗସ୍ତରେ ଆସି ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତାଙ୍କୁ ପିସିସି ସଭାପତି ଭକ୍ତଚରଣ ଦାସ ସ୍ବାଗତ କରିଥିବା ବେଳେ…

ଯାଜପୁରରେ ଝାଡ଼ାବାନ୍ତି ଡ଼ର: ୫ ହୋଟେଲକୁ ସିଲ୍ କଲା ପ୍ରଶାସନ

ଯାଜପୁର: ଡରାଉଛି ଝାଡାବାନ୍ତି। ଜିଲ୍ଲାକୁ ଜିଲ୍ଲା ଡାଇରିଆ ବ୍ୟାପୁଥିବା ବେଳେ ଏବେ ଯାଜପୁରରେ ଆଉ ୫ ହୋଟେଲ ସିଲ୍ । ଦର୍ପଣ ତହସିଲ ପ୍ରଶାସନ ଆଉ ୫ ହୋଟେଲ ସିଲ୍ କରିଛି। ଚଣ୍ଡିଖୋଲରେ ଗୋଟିଏ ଓ ବାଲିଚନ୍ଦ୍ରପୁର ଅଞ୍ଚଳରେ ୪ଟି ହୋଟେଲକୁ ସିଲ୍ କରିଛି ଦର୍ପଣ ତହସିଲ ପ୍ରଶାସନ । ଆସନ୍ତା ୧୪ ଦିନ…

୨୪ ଘଣ୍ଟାରେ ଆହୁରି ଦୁର୍ବଳ ହେବ ଲଘୁଚାପ: ୨୪ରୁ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଝାଡ଼ଖଣ୍ଡ ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ୨୪ ଘଣ୍ଟାରେ ଲଘୁଚାପ ଆହୁରି ଦୁର୍ବଳ ହେବ। ୨୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା…

ଅନ୍ତର୍ଜାତୀୟ ଯୋଗ ଦିବସ: ମାନସିକ ରୋଗରୁ ମୁକ୍ତି ଦିଏ ଯୋଗ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ। କେବଳ ଭାରତ ନୁହେଁ ବରଂ ୟୁରୋପ, ଆମେରିକା, କାନାଡା, ଅଷ୍ଟ୍ରେଲିଆ ଇତ୍ୟାଦି ସବୁଠି ସ୍କୁଲରେ ଯୋଗ ଶିକ୍ଷା ଦିଆଯାଉଛି। ୧୧ ଡିସେମ୍ବର ୨୦୧୪ରେ, ଜାତିସଂଘ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବା ପ୍ରସ୍ତାବକୁ…

ଯାଜପୁର ଓ କେନ୍ଦୁଝରରେ ସଂକ୍ରମଣ ହ୍ରାସ; କ୍ଷେତ୍ର ସ୍ତରୀୟ ଅଭିଯାନ ଜାରି ରଖିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ହ୍ରାସ ପାଇଛି ହଇଜା ସଂକ୍ରମଣ । ବିଭିନ୍ନ ବିଭାଗ ମାନଙ୍କର କ୍ଷେତ୍ର ସ୍ତରରେ ସମନ୍ୱିତ ଏବଂ ଏକାଭିମୁଖୀ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ଡାଇରିଆ ସ୍ଥିତିରେ ସୁଧାର ଆସିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ଙ୍କ…

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ଗାଁରେ ପଶିଲା ବନ୍ୟା ପାଣି

ମୟୂରଭଞ୍ଜ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି । ଫଳରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ନଦୀରେ ଜଳ ସ୍ତର ବଢିବା ପରେ ଗାଁର ୧୦୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ପାଣି ଘେରରେ ଅଛନ୍ତି । ଜଳ ବନ୍ଦୀ ଭିତରେ ରହିଛନ୍ତି ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ…

ଓଡ଼ିଆ ଗବେଷିକା ଡ଼. ସୁରଭି ଜୈନ୍‌‌ ୨୦୨୪ ‘ଇନ୍ସପାୟାର୍‌ ଫେଲୋସିପ୍’ ପାଇଁ ମନୋନୀତ

ଭୁବନେଶ୍ୱର: ଓଡ଼ିଶାର ସୁଖ୍ୟାତ ଗବେଷିକା ଡ଼. ସୁରଭି ଜୈନ୍‌ ‌ଙ୍କୁ ୨୦୨୪ ବର୍ଷ ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ (DST) ଦ୍ୱାରା ପ୍ରଦତ୍ତ ‘ଇନ୍ସପାୟାର୍‌ ଫେଲୋସିପ୍’ ପାଇଁ ଚୟନ କରାଯାଇଛି। ଏହି ଉଚ୍ଚ ପ୍ରତିଷ୍ଠିତ ଓ ତୀବ୍ର ପ୍ରତିସ୍ପର୍ଧାତ୍ମକ ଫେଲୋସିପ୍‌ ଗବେଷଣାରେ…