Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲା ମାଆ , ସାଥିରେ ଥିଲା ୪ ବର୍ଷର ଝିଅ

କେନ୍ଦ୍ରାପଡା: ୪ ବର୍ଷର ଝିଅ ସହ ବ୍ରାହ୍ମଣୀ ନଦୀକୁ ଡେଇଁପଡ଼ିଲା ମାଆ । ଏପରି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲାରେ । କେନ୍ଦ୍ରାପଡା ଜିଲ୍ଲା ଆଳିର ପତ୍ରପୁର ସେତୁରୁ ବ୍ରାହ୍ମଣୀ ନଦୀକୁ ଡେଇଁ ମାଆ ଛୁଆ ନିଖୋଜ ହୋଇଯାଇଛନ୍ତି । ଘରୋଇ କଳିକୁ ନେଇ ନଦୀକୁ ଡେଇଁପଡ଼ିଥିବା ସୂଚନା…

ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଭୁବନେଶ୍ବର ଶାଖାର ଅତିରିକ୍ତ ନିର୍ଦ୍ଦେଶକ ଚିନ୍ତନ ରଘୁବଂଶୀଙ୍କ ଜାମିନ ଆବେଦନ ଖାରଜ । ସ୍ୱତନ୍ତ୍ର ସିବିଆଇ କୋର୍ଟ ଚିନ୍ତନ ରଘୁବଂଶୀଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି I ଗତ ମେ’ ମାସ ୩୦ ତାରିଖ ଦିନ ଖଣି ବ୍ୟବସାୟଜନିତ ଏକ ମାମଲାର ରଫାଦଫା…

ଆଇନଜୀବୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ଆଇଏଏସ୍ ଏବଂ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ଜଣେ ମହିଳା ଆଇଏଏସ୍ ଅଧିକାରୀ ଏବଂ ପୋଲିସ କର୍ମଚାରୀ ଜଣେ ୭୦ ବର୍ଷୀୟ ଆଇନଜୀବୀଙ୍କୁ ହଇରାଣ କରିବା ଅଭିଯୋଗରେ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସୂଚନା ଅନୁଯାୟୀ, ଆସୋସିଏସନର ସଭାପତି ବିଭୁ ପ୍ରସାଦ…

୪୦,୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଠାରୁ ୪୦,୦୦୦ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀ ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଭୀଷ୍ମ ପ୍ରଧାନ ସମ୍ବଲପୁର ଜିଲ୍ଲାର ଜମନକିରା ତହସିଲ ଅନ୍ତର୍ଗତ ଗୌଡପାଲି…

ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ୨୦୨୪- ୨୦୨୫ର ବିଜେତା ସମ୍ମାନିତ

ଭୁବନେଶ୍ୱର: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (ବି.ଆଇ.ପି.ଏଫ୍‌.) ଆଜି ପ୍ରତିଷ୍ଠିତ 'ପ୍ରଫେସର ଘନଶ୍ୟାମ ଦାଶ ସ୍କୋଲାରସିପ ଫର୍ ହାଇୟରଏଜୁକେସନ୍‌' (ପି.ଜି.ଡି.ଏସ୍‌.) ବିଜେତା ଭାବରେ ଛଅଜଣ ଉତ୍କୃଷ୍ଟ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଏହି ଛାତ୍ରବୃତ୍ତି ଇଞ୍ଜିନିୟରିଂ,…

‘ବିକାଶ ବାହନ ଯାତ୍ରା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମହାତ୍ମାଗାନ୍ଧୀ ମାର୍ଗରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ରରେ ଜନତା ହେଉଛନ୍ତି…

ଦିବ୍ୟାଙ୍ଗ ପ୍ରଫୁଲ୍ଲ ଦାସଙ୍କୁ ରାଜ୍ୟ ସରକାରଙ୍କ ସମସ୍ତ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର କୋରେଇ ବ୍ଲକ ଅନ୍ତର୍ଗତ ଅନ୍ଧାରୀ ଗ୍ରାମର ୪୧ ବର୍ଷୀୟ ଜଣେ ଶତ ପ୍ରତିଶତ ଦୃଷ୍ଟି ବାଧିତ ଦିବ୍ୟାଙ୍ଗ ପ୍ରଫୁଲ୍ଲ କୁମାର ଦାସଙ୍କୁ ମିଳିବ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସମସ୍ତ ସହାୟତା । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।…

ଭଦ୍ରକ ଗୋଷ୍ଠୀ ସଂଘର୍ଷ ଘଟଣା; ମୃତ ସନ୍ତୋଷଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ବହନ କରିବେ ସରକାର

ଭଦ୍ରକ: ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ସନ୍ତୋଷ ପରିଡାଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ସରକାର ବହନ କରିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଗତକାଲି ଏହି ଘଟଣାରେ…

ଶ୍ରୀଜୀଉଙ୍କ ଜ୍ୱର ଉପଶମ ପାଇଁ ଅଣସରଘରେ ଚାଲିଛି ଗୁପ୍ତ ସେବା

ପୁରୀ: ଶ୍ରୀମନ୍ଦିରରେ ନାହିଁ କୋଳାହଳ ଶୁଭୁନାଇଁ ଘଣ୍ଟ ଘଣ୍ଟାର ଶବ୍ଦ l ଅନ୍ଧାର ଗୃହରେ ଦୀପ ଶିଖା ଆଲୋକରେ ଜ୍ୱରରେ ପୀଡିତ ଶ୍ରୀଜୀଉଙ୍କ ସେବା କରୁଛନ୍ତି ଦଇତାପତି ସେବକ ମାନେ l ସ୍ନାନବେଦିରେ ୧୦୮ ଗରା ଜଳ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ମହାପ୍ରଭୁ ଅଣସର ପିଣ୍ଡିରେ ଅଛନ୍ତି l ତୁଳସୀ ଓ…

କୋର୍ଟରେ ଆତ୍ମସମର୍ପଣ ପରେ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଜାମିନ

ମାଲକାନଗିରି: ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ । ସେ ଆଜି ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଜାମିନ୍ ଦେବା ନେଇ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମନୀଷ ଅଗ୍ରୱାଲ ଆତ୍ମସମର୍ପଣ…