Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାଙ୍ଗୁଛି ମାଓଗଡ, ପୁଣି ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ମାଲକାନଗିରି: ଭାଙ୍ଗୁଛି ମାଓଗଡ଼। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆଗେଇ ଆସୁଛନ୍ତି ମାଓବାଦୀ। ଲଗାତାର ଲାଲବାହିନୀ ଆତ୍ମସମର୍ପଣ କରୁଛନ୍ତି। ଏବେ ପୁଣି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ପୋଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମୋଟ୍‌…

ରାଜଧାନୀରେ ଚାଲିବ ହାଇଡ୍ରୋଜେନ ବସ, ଟ୍ରାଫିକ ଥିବା ସ୍ଥାନରେ ନିର୍ମାଣ ହେବ ଓଭରବ୍ରିଜ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଚାଲିବ ହାଇଡ୍ରୋଜେନ ବସ। ପ୍ରାରମ୍ଭିକ ଭାବେ ୩ଟି ହାଇଡ୍ରୋଜେନ୍ ବସ ଚାଲିବ। ଏନେଇ ଏମଓୟୁ ସରିଛି। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭୁବନେଶ୍ବରରେ ଜନଗହଳିପୂର୍ଣ୍ଣ…

୬ ଓଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ଆଉ ଛଅ ଜଣ ଓଏଏସ ଅଧିକାରୀଙ୍କୁ ନୂତନ ଦାୟିତ୍ୱ ଦେଇଛନ୍ତି। ଲୋପାମୁଦ୍ରା ମହାନ୍ତିଙ୍କୁ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ଭୁବନେଶ୍ୱରରେ ଓୟୁଏଟିର ପୂର୍ବତନ ରେଜିଷ୍ଟ୍ରାର GA ଏବଂ PG ବିଭାଗରେ ଯୋଗ ଦେଇଥିଲେ।…

ବାଂଲାଦେଶୀ ଅନୁପ୍ରବେଶଙ୍କ ପାଇଁ ଟ୍ବିନ୍‌ସିଟିରେ ବଢୁଛି ଅପରାଧ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ବାଂଲାଦେଶୀ ଅନୁପ୍ରବେଶ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ବୟାନ। କହିଲେ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ଟ୍ବିନ୍‌ସିଟିରେ ଅପରାଧ ବଢୁଛି। ବସ୍ତିରୁ ବାର୍‌ ସବୁଠି ମାତିଛନ୍ତି ବାଂଲାଦେଶୀ ଅନୁପ୍ରବେଶକାରୀ। ଚୋରା ନିଶା କାରବାର ସହିତ ଅପରାଧ ଘଟାଉଛନ୍ତି। ଚେକ୍‌…

ଭୁବନେଶ୍ୱର ସମେତ ଏସବୁ ସ୍ଥାନରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଶନିବାର ରାଜଧାନୀ ଭୁବନେଶ୍ୱର ସମେତ ତିନୋଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ମଧ୍ୟମ ଝଡ଼ବର୍ଷା/ବଜ୍ରପାତ ସହିତ ପବନର ବେଗ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିବ। ଏଥିସହିତ ଆଗାମୀ ୩ ଘଣ୍ଟା ମଧ୍ୟରେ ଜଗତସିଂହପୁର,…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଏସଆଇ ଓ ହୋମଗାର୍ଡ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଏଏସଆଇ ଓ ହୋମଗାର୍ଡ। ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଶନିବାର ଦିନ ଖୋର୍ଦ୍ଧାର ବାଙ୍କୋଇ ପୋଲିସ ଆଉଟପୋଷ୍ଟର ସହକାରୀ ସବ-ଇନ୍ସପେକ୍ଟର (ଏଏସଆଇ) ତୁଷାରକାନ୍ତ ନାୟକ ଏବଂ ହୋମଗାର୍ଡ ପ୍ରଶାନ୍ତ କୁମାର ସୁନ୍ଦରାୟଙ୍କୁ ୧୦,୦୦୦ ଟଙ୍କା ଲାଞ୍ଚ…

ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୩୦ ଲକ୍ଷ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ 

ହିନ୍ଦୋଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଛି। ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀଙ୍କ ଗୁଳିମାଡର ଶିକାର ହୋଇଥିଲେ ଫରେଷ୍ଟ ଗାର୍ଡ। ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର କଇ ରିଜର୍ଭରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ(୩୭) ବୋଲି…

ପାରାଦୀପ ଓ ଭଦ୍ରକର ଆଇଓସିଏଲ୍ ମେଗା ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ଔଦ୍ୟୋଗିକ ବିକାଶ ଓ ନିବେଶକୁ ତ୍ୱରାନ୍ବିତ କରିବା ପାଇଁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ର ପାରାଦୀପରେ ଡୁଆଲ୍ ଫିଡ୍ ନାଫ୍ଥା କ୍ରାକର୍ ପ୍ଲାଣ୍ଟ ଓ…

ଇସ୍ରୋ ଭ୍ରମଣରେ ଟାଟାଷ୍ଟିଲ ୟାଟ୍ସ ବିଜେତା

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପରିଭ୍ରମଣରେ ଗଲେ ୟାଟ୍‌ସ (ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ)ର କୃତି ଛାତ୍ରଛାତ୍ରୀ। ଟାଟା ଷ୍ଟିଲ ଓ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଭୁବନେଶ୍ବରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟାରିୟମ୍‌ର…

ଆଜିଠୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ଵର: ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆବେଦନ ଆଜିଠୁ ଆରମ୍ଭ ହେବ। ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ମେ ୨୪ରୁ ଆରମ୍ଭ ହୋଇ ଜୁନ୍ ୩୦ ଯାଏଁ ଚାଲିବ। ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ, ଜୁଲାଇ ୭ରେ ପ୍ରଥମ ମେରିଟ୍‌…