Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖଲ୍ଲିକୋଟରେ ଚାଞ୍ଚଲ୍ୟ, ଦୋକାନ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖଲ୍ଲିକୋଟ: ଗଞ୍ଜାମ ଜିଲା ଖଲ୍ଲିକୋଟରେ ଚାଞ୍ଚଲ୍ୟ। ଦୋକାନ ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଲଙ୍ଗଳେଶ୍ବର ଗାଁରେ ଏକ ଗ୍ରୋସସରୀ ଦୋକାନ ଭିତରୁ ଉଦ୍ଧାର ହେଲା ଦମ୍ପତିଙ୍କ ମୃତଦେହ। ଋଣଭାରରୁ ଆତ୍ମହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ଗଞ୍ଜାମ ଜିଲା ଖଲ୍ଲିକୋଟ ଲଙ୍ଗଳେଶ୍ୱର…

ନକଲି ଚାବିରେ ଥାନାରୁ ବାଇକ୍ ଚୋରି, ବ୍ଲକିଂ ଚେକିଂ ବେଳେ ଧରିଲା ପୋଲିସ

ଭୁବନେଶ୍ୱର: ବ୍ଲକିଂ ଚେକିଂ ବେଳେ ନିଶାସକ୍ତ ଅବସ୍ଥାରେ ରଙ୍ଗ୍ ରୁଟରେ ବାଇକ ଚଳାଇ ଯାଉଥିବା ବେଳେ ଟ୍ରାଫିକ୍ ଥାନା ପୋଲିସ ହାବୁଡରେ ପଡିଥିଲେ ଯୁବକ। ବାଇକକୁ ଜବତ କରି ପୋଲିସ ପିଆର ଧରାଇଥିଲା। ତେବେ ପିଆର ନମ୍ବର ନେବାକୁ ଆସି ଟ୍ରାଫିକ ଥାନା-୨ ପରିସରରୁ ନକଲି ଚାବି ସାହାଯ୍ୟରେ ବାଇକ ଚୋରାଇ…

ରାକ୍ଷୀ ପୂର୍ଣ୍ଣିମା ଓ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମୋତ୍ସବ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୁଇଟି ପର୍ବ ପାଳନ ହୋଇଥାଏ। ଆଜି ପ୍ରଭୁ ବଳରାମ ଜନ୍ମ ଗ୍ରହଣ କରିଛନ୍ତି। ତେଣୁ ଶ୍ରୀମନ୍ଦିରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବରେ ସ୍ବତନ୍ତ୍ର ନୀତି କରାଯାଇଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ମା ସୁଭଦ୍ରା ଦୁଇ ଭାଇ…

୨୨ରେ ଇଡି ଅଫିସ ଘେରିବ କଂଗ୍ରେସ, ଶକ୍ତି ପ୍ରଦର୍ଶନ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସ ଘେରିବ କଂଗ୍ରେସ। ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନକ୍ରମେ ଦେଶବ୍ୟାପି ଇଡି ଅଫିସ (ପ୍ରବର୍ତନ ନିର୍ଦ୍ଦେଶାଳୟ) ସମ୍ମୁଖରେ ଆସନ୍ତା ୨୨ ତାରିଖ ଗୁରୁବାର ବିକ୍ଷୋଭ କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ଓଡ଼ିଶା ପ୍ରଦେଶ…

ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷିବ, ଆସନ୍ତା ଦୁଇ ଦିନ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା

ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ସକ୍ରିୟ ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇଛି। ଆଜି ରାଜ୍ୟରେ ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଦୁଇ ଦିନ…

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ର ୧୧ତମ ଛାୟା ଜାତିସଂଘ ରବିବାର ଉଦ୍‍ଘାଟିତ ହୋଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଛାୟା ଜାତିସଂଘକୁ ଉଦ୍‍ଘାଟନ କରି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, ଛାୟା ଜାତିସଂଘ ହେଉଛି ଏଭଳି ଏକ ପ୍ଲାଟଫର୍ମ ଯେଉଁଠି…

ଅଗଷ୍ଟ ୨୦ ଓ ୨୨ରେ ସପ୍ତମ ଗୁରୁନମନ ଶାସ୍ତ୍ରୀୟ ନୃତ୍ୟ ଉତ୍ସବ

ଭୁବନେଶ୍ୱର: ସର୍ବଭାରତୀୟ ଓଡିଶାନୃତ୍ୟ ଅନୁଷ୍ଠାନ ନୃତ୍ୟଧାମ ପକ୍ଷରୁ ଜାତୀୟ ସ୍ତରୀୟ ସମସ୍ତ ଲବ୍ଧପ୍ରତିଷ୍ଠିତ ଓଡିଶୀ ନୃତ୍ୟ ଗୁରୁମାନଙ୍କୁ ନେଇ ଆଗାମୀ ଅଗଷ୍ଟ ୨୦ ଓ ୨୨ରେ ରବିନ୍ଦ୍ର ମଣ୍ଡପରେ ନୃତ୍ୟଧାମର ସପ୍ତମ ଶାସ୍ତ୍ରୀୟ ନୃତ୍ୟ ଓ ଗୁରୁନମନ ନୃତ୍ୟ ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।…

ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତା; ପ୍ୟାରିସ୍ ଅଭିଜ୍ଞତା ବାଣ୍ଟିଲେ ଅମିତ ଓ ସମ୍ବିତ୍

ଭୁବନେଶ୍ବର: ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସର ଅଭୁଲା ଅଭିଜ୍ଞତା ବାଣ୍ଟିଛନ୍ତି ଅମିତ ଓ ସମ୍ବିତ୍। ପ୍ୟାରିସ୍-୨୦୨୪ ଅନ୍ୟ ସମସ୍ତ ଅଲିମ୍ପିକ୍ସଠାରୁ ସମ୍ପୂର୍ଣ୍ଣ ନିଆରା ଥିଲା। ଯେତିକି ରୋମାଞ୍ଚ ଭରାଥିଲା ସେତିକି ଆହ୍ବାନ ଆଣି ଦେଇଥିଲା। ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଖେଳାଳିଙ୍କୁ…

ବଜ୍ରପାତରେ ୬ ଜଣଙ୍କ ମୃତ୍ୟୁ ଘଟଣା; ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ବଜ୍ରପାତ ଘଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସମବେଦନା ପ୍ରକାଶ କରିଛନ୍ତି। ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତ…

ରାଜ୍ୟରେ ବଢିବାରେ ଲାଗିଛି ଡେଙ୍ଗୁ ସଂଖ୍ଯା, ଖୋର୍ଦ୍ଧା… 

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା।। ଡେଙ୍ଗୁ ସଂଖ୍ୟା ଖୋର୍ଦ୍ଧାରେ ଅଧିକ ରହିଛି। ସର୍ଭେ ରିପୋର୍ଟ ଆଧାରରେ ଏନେଇ ମାନିଲେ ସ୍ବାସ୍ଥ୍ୟମନ୍ତ୍ରୀ। ସୂଚନା ଅନୁଯାୟୀ, ସମଗ୍ର ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ପାଖାପାଖି ଅଛି। ଭୁବନେଶ୍ବରରେ ଅଧିକ ଡେଙ୍ଗୁ ରୋଗୀ…