Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଜ୍ରାଘାତରେ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର

ବାଲେଶ୍ୱର: ବଜ୍ରାଘାତରେ ଗୋଟିଏ ପରିବାରର ଜଣେ ମୃତ ଓ ୪ ଗୁରୁତର। ବାଲେଶ୍ୱର ଜିଲ୍ଲା ଉଆଦ ଗାଁର ଗୋଟିଏ ପରିବାର ବିଲରେ କାମ କରିବା ବେଳେ ବଜ୍ରାଘାତ ହୋଇଛି। ଏହି ଅଘଟଣରେ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଗୁରୁତର ୪ ଜଣ ସୋର ମେଡିକାଲ୍‌ରେ ଭର୍ତ୍ତି ଅଛନ୍ତି। ସୂଚନା ଅନୁସାରେ ସମସ୍ତେ…

୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷିବ, ଆଜି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଓଡିଶାର ୨ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ରବିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ମଧ୍ଯରେ ରହିଛି- ବାଲେଶ୍ୱର ଓ ଭଦ୍ରକ। ଆଗାମୀ ୩ଘଣ୍ଟା ମଧ୍ୟରେ ଏହି ଦୁଇଟି ଜିଲ୍ଲାରେ ସାମାନ୍ଯରୁ ମଧ୍ଯମ ଧରଣର ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି।…

ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ବର: ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ। ପୂଜା ପଣ୍ଡା ନିଯୋଗ ଓ ବଡୁ ନିଯୋଗ ବିବାଦ ପାଇଁ ନୀତି କାନ୍ତି ବନ୍ଦ ହୋଇଛି । ଗତକାଲି ସନ୍ଧ୍ୟା ଧୂପ ପରଠୁ ନୀତି ବନ୍ଦ ରହିବାରୁ କାଲି ଠାରୁ ଉପାସରେ ପଡିଛନ୍ତି ମହାପ୍ରଭୁ  । ତେବେ ପଇତା ଲାଗି ନୀତି ପାଇଁ ଉଭୟ ନିଯୋଗ ମଧ୍ୟରେ ବିବାଦ ଲାଗି…

ମାଗଣାରେ ମିଳିବ ମହାପ୍ରସାଦ

ପୁରୀ: ଆଗକୁ ମାଗଣାରେ ମିଳିବ ମହାପ୍ରସାଦ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ ବୋଲି ଯୋଜନା କରୁଛନ୍ତି ସରକାର ।  ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କିଛି ଏମିତି କହିଛନ୍ତି ଆଇନ ମନ୍ତ୍ରୀ…

ଗଣେଶ ମୂର୍ତ୍ତି ବିକୃତ କରି ତିଆରି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

କଟକ: ଆସୁଛନ୍ତି ବିଘ୍ନହର୍ତ୍ତା । ସଜେଇ ହେଲାଣି ମଣ୍ଡପ । ବପ୍ପାଙ୍କ ସ୍ବାଗତ ପାଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏହାରି ଭିତରେ ଗଣେଶ ମୂର୍ତ୍ତି କାରିଗରମାନଙ୍କୁ ତାଗିଦ କରିଛନ୍ତି ପୋଲିସ୍ କମିଶନର ।  ଗଣେଶ ବିକୃତ ମୂର୍ତ୍ତି ନିର୍ମାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । କଟକରେ ଗଣେଶ…

ପରଲୋକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ନିଜେ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ

ଭୁବନେଶ୍ୱର: ପରଲୋକରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହେଲେ ଶନିବାର ରାତି ୧୦ଟା ୫୦ ମିନିଟରେ ଝିଙ୍ଗିଆଙ୍କ ବିୟୋଗ ଘଟିଛି। ମୋଦୀ ସରକାରର ଏହି କ୍ୟାବିନେଟ୍ ମନ୍ତ୍ରୀ…

ନବୀନ ନିବାସରେ ‘ଦମନ’ ଟିମ୍

ଭୁବନେଶ୍ୱର: ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ । ଦମନ ଶ୍ରେଷ୍ଠ ଓଡ଼ିଆ…

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ

ଭୁବନେଶ୍ଵର: ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ । ୨୦୨୦ ମସିହାରୁ ଅସିତ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ୱରେ ଥିଲେ । କିନ୍ତୁ ନୂଆ ସରକାର ଗଠନ ହେବା ପରେ ଅସିତ ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା । ଏବେ ସେ ତାଙ୍କ…

ରେଳପଥ ସହ ଯୋଡି ହେଲା ବୌଦ୍ଧ, ଜିଲ୍ଲାକୁ ଗଡ଼ିଲା ପରୀକ୍ଷଣ ଟ୍ରେନ ଇଞ୍ଜିନ

ବୌଦ୍ଧ: ୩୦୧ କିମି ଦୈର୍ଘ୍ୟ ନିର୍ମାଣାଧୀନ ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ଆଜି ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି | ୧୬.୨୭ କିମି ଦୈର୍ଘ୍ୟ ଝରମୁଣ୍ଡା-ବୌଦ୍ଧ ରେଳ ସେକ୍ସନ ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଇ ଆଜି ନୂତନ ଲାଇନରେ ଇଞ୍ଜିନ ରୋଲିଂ ସଫଳତାର ସହିତ ସମ୍ପାଦନ…

ବଜ୍ରାଘାତରେ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ଵର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ ଚାଲିଗଲା ୮ ଜଣଙ୍କ ଜିବନ । ବାରିପଦାରେ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକରେ ମଧ୍ୟ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ହରିଚନ୍ଦନପୁର, ତେଲକୋଇ, ଭଞ୍ଜନଗର, ରାଜକନିକା, କାମାକ୍ଷାନଗରରେ ମଧ୍ୟ ବଜ୍ରାଘାତ ହୋଇଥିବା…