Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚଡ଼ି, ଗଞ୍ଜି ପିନ୍ଧି ବୁଲାଉଥିଲେ କଳା କନା; ୧୧ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚୋରିରେ ସାମିଲ୍ ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ୧୧ ଲୁଟେରାଙ୍କୁ ଗିରଫ କରିବା ସହ ପୋଲିସ୍ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ପୋଲିସର ସୂଚନା ଅନୁସାରେ, ଏହି ଲୁଟେରା…

ନଦୀରେ ଭାସୁଛି କୁଢ କୁଢ ରୋହି, ଭାକୁର,ବାଳିଆ…..

ପାରାଦୀପ: ନଦୀରେ ଭାସୁଛି କୁଢ କୁଢ ମାଛ । ରୋହି, ଭାକୁର,ବାଳିଆ... । କୁଇଣ୍ଟାଲ କୁଇଣ୍ଟାଲ ମାଛ ଭାସୁଛି । ହେଲେ କେହି ନେଉ ନାହାନ୍ତି । ଏମିତି ବଡ ବଡ ମାଛ ପାରାଦୀପ-ପିପିଏଲ ରାସ୍ତା ନିକଟ ବଟ ନଦୀ ଘେରିରେ ଭାସୁଛି । ନଦୀରେ ଯେମିତି ମାଛ ମଡକ ପଡିଛି । ଦୁଇ ଦିନ ହେଲା ଏହି ନଦୀରେ…

ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ

ବାଲେଶ୍ୱର: କେତେ ସୁରକ୍ଷିତ ଭାରତୀୟ ରେଳ ? ବାହାନଗା ଟ୍ରେନ୍ ଦୁର୍ଘଟଣାର ଦେଢ଼ ମାସ ପରେ ପୁଣି ରଲୱେର ଅବହେଳା ସାମ୍ନାକୁ ଆସିଛି । ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଅଘଟଣ ଟଳି ଯାଇଛି । ଭଦ୍ରକ-ବାଲେଶ୍ୱର ମେମୁ ନୀଳଗିରି ଷ୍ଟେସନ ଛାଡ଼ି ବାଲେଶ୍ୱର ଅଭିମୁଖେ ଯାଉଥିଲା ।…

ଆଦି ଶକ୍ତିପୀଠ ତାରାତାରିଣୀ ମନ୍ଦିର, ଜାଣନ୍ତୁ ଏହି ମନ୍ଦିରର ମାହାତ୍ମ୍ୟ…

ଗଞ୍ଜାମ: ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରୂପିଣୀ ଦେବୀ, ପୂର୍ଣ୍ଣେଶ୍ୱରୀ ମା' ତାରାତାରିଣୀଙ୍କ ଶକ୍ତିପୀଠ । ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ…

ଓଟିଟି ପ୍ଲାଟଫର୍ମରେ ନୀଳମାଧବ ପଣ୍ଡାଙ୍କ ‘ଦ ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର : ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ (କ୍ଲି-ଫି) ଥ୍ରିଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖ…

ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟାରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା। ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଉତ୍ତର- ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ। ପରେ ଏହା ଲଘୁଚାପର ରୂପ ନେଇପାରେ। ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ହେବ।…

ଅସହ୍ୟ ହେଲା ପାରିବାରିକ କଳହ: ଶିଶୁ ପୁତ୍ର ସହ କୂଅକୁ ଡେଇଁପଡ଼ିଲା ମା’

କଟକ: ଅସହ୍ୟ ହେଲା ପାରିବାରିକ କଳହ । ଏପଟେ ଜୀବନ ବୋଝ ସେପଟେ ସନ୍ତାନର ମୋହ । ତା ଭିତରେ ପେଶି ହୋଇ ନେଲେ ଚରମ ନିଷ୍ପତ୍ତି । ୯ ମାସର ଶିଶୁ ପୁତ୍ରକୁ ଧରି କୂଅକୁ ଡେଇଁପଡିଲା ମା’ । ହେଲେ ଭାଗ୍ୟର ବିଡମ୍ବନା ! ସେ ଦୁଃଖଠାରୁ ଏ ଦୁଃଖ ଆହୁରି ବଳି ପଡିଲା । ଏମିତି ଦୁଃଖଦଘଟଣା ଘଟିଛି କଟକ…

ଗଞ୍ଜାମ ଏସପିଙ୍କ ମାନବିକତା, ଦୁର୍ଘଟଣା ପୀଡିତଙ୍କୁ ଉଦ୍ଧାର କରି ନେଲେ ହସ୍ପିଟାଲ

ଗଞ୍ଜାମ: ମାନବିକତା ଦେଖାଇଲେ ଗଞ୍ଜାମ ଜିଲ୍ଲା ଏସପି ଜଗମୋହନ ମୀନା। ଦୁର୍ଘଟଣାଗ୍ରସ୍ତ ପୀଡିତଙ୍କୁ ଉଦ୍ଧାର କରି ନିଜ ଗାଡିରେ ନେଇ ଡାକ୍ତରଖାନାରେ କଲେ ଭର୍ତ୍ତି। ସରକାରୀ କାର୍ଯ୍ୟରେ ଭଞ୍ଜାନଗରରୁ ଆସିକା ଯାଉଥିବାବେଳେ ରାସ୍ତାରେ ଜଣେ ଯୁବକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ। ଏସପି ଏହା…

NH-୧୬ରେ ଭୁଶୁଡ଼ିଲା ବ୍ରିଜ୍, ଯାତାୟାତ ବଧାପ୍ରାପ୍ତ

ଯାଜପୁର: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ନିକଟ NH-୧୬ରେ ଥିବା ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ବ୍ରିଜ୍‌ ଭୁଶୁଡିବା ଯୋଗୁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି। ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ବ୍ରିଜ୍‌ ଭୁଶୁଡ଼ି ପଡ଼ିଥିବା…

ଧନୀ ହେଉଛି ଓଡ଼ିଶା; ତଥାପି ମାଲକାନଗିିରିରେ ଦାରିଦ୍ର୍ୟ ହାର ୪୫%

ନୂଆଦିଲ୍ଲୀ:ଧନୀ ହେଉଛି ଓଡ଼ିଶା । ରାଜ୍ୟରେ ଗରିବୀ ହାର କମୁଛି । ୫ବର୍ଷ ଭିତରେ ଆସିଛି ବଡ ପରିବର୍ତ୍ତନ । ୫ବର୍ଷର୍ରେ ଓଡ଼ିଶାରେ ୬୨.୬୨ ଲକ୍ଷ ହୋଇଛନ୍ତି ଦାରିଦ୍ର‌୍ୟମୁକ୍ତ । ଏମିତି ରିପୋର୍ଟ ଦେଇଛି ନୀତି ଆୟୋଗ । ସେତିକୁ ନୁହେଁ, ସାରା ଦେଶରେ ୧୩.୫ କୋଟି ଲୋକ ଦାରିଦ୍ର‌୍ୟମୁକ୍ତ ହୋଇ…