Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟାଇମ୍‍ସ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ୨୦୨୬: ୫୦୧ କୋହର୍ଟରେ କିଟ

ଭୁବନେଶ୍ୱର: ଚଳିତବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ପ୍ରକାଶ ପାଇଛି। ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ବିଶ୍ୱ ତଥା ସର୍ବଭାରତୀୟ ସ୍ତରରେ ଉନ୍ନତି ଆଣିଛି। ଗୁରୁବାର ଟାଇମ୍‍ସ ହାଇଅର ଏଜୁକେସନ୍‍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ-…

୧୫ଟି ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟରେ ବାଜିଲା ମୋହର

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ ବୈଠକରେ ମୋଟ ୧୦ଟି ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବ ଆଗତ ପୂର୍ବକ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି l…

ସୁଦୃଢ଼ ହେବ ଭୁବନେଶ୍ୱରର ସହରାଞ୍ଚଳ ଯୋଜନା, ଟିପି ସ୍କିମ୍-୮ ଡ୍ରାଫ୍ଟକୁ ଅନୁମୋଦନ

ଭୁବନେଶ୍ୱର: ରାଜଧାନୀର ଯୋଜନାବଦ୍ଧ ସହରୀ ବିକାଶ ପାଇଁ ଓଡ଼ିଶା ସରକାର ସହର ପରିକଳ୍ପନା ଯୋଜନା (ଟିପି) ଯୋଜନା-୮ର ଡ୍ରାଫ୍ଟ ଯୋଜନାକୁ ଅନୁମୋଦନ ଦେଇଛନ୍ତି। ଏହି ସମ୍ପର୍କିତ ଏକ ସରକାରୀ ବିଜ୍ଞପ୍ତି ଓଡ଼ିଶା ଗେଜେଟରେ ପ୍ରକାଶିତ ହୋଇଛି। ସମ୍ପୃକ୍ତ ଯୋଜନାଟି ଅନ୍ଧାରୁଆ ଓ ଦାସପୁର ମୌଜାରେ…

ବକେୟା ଟ୍ରାଫିକ ଫାଇନ ଭରିଲେ ମିଳିବ ୫୦% ରିହାତି

ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କର ବକେୟା ଫାଇନ ପରିଶୋଧ କରିବା ପାଇଁ କିଛିଦିନ ତଳେ ଏକକାଳୀନ ସମାଧାନ (OTS) ଯୋଜନା ଘୋଷଣା କରାଯାଇଥିଲା। ଏହି ଘୋଷଣା ହେବାର ପ୍ରାୟ ଏକ ମାସ ପରେ ବର୍ତ୍ତମାନ ବିଭିନ୍ନ ଅପରାଧ ପାଇଁ ଜରିମାନାର ମୂଲ୍ୟ ହ୍ରାସ କରିବା ପାଇଁ ଓଡ଼ିଶା ସରକାରଙ୍କ…

୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପ୍ କଳିଙ୍ଗ ଷ୍ଟାଡ଼ିୟମରେ ହେବ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍‌ ଟିମ୍ ଚାମ୍ପିୟନସିପର ଆୟୋଜନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟରରେ କରାଯିବ। ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ, ଭାରତୀୟ ଟେବୁଲ ଟେନିସ୍ ମହାସଂଘ, ଏସିଆନ୍‌ ଟେବୁଲ…

ପୁଣି ଶ୍ରୀମନ୍ଦିରରୁ ଉଡନ୍ତା ଡ୍ରୋନ ଜବତ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ । ଆଜି ସନ୍ଧ୍ୟା ପ୍ରାୟ ୭ଟା ୪୫ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଏବଂ ଶ୍ରୀମନ୍ଦିର ପରୀକ୍ରମା ପରିସର ଏକ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ଏହା ପୁରୀ ଏସପି ପ୍ରତୀକ ସିଂହଙ୍କ ନଜରକୁ ଆସିବା ପରେ ସଙ୍ଗେ ସଙ୍ଗେ ପଦକ୍ଷେପ ନେଇ…

ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର: ଆଇଏଏସ ସ୍ତରରେ ଶୁକ୍ରବାର ଦିନ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ଓଡ଼ିଶା ସରକାର ଅନେକ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିବା ସହ ନୂତନ କାର୍ଯ୍ୟଭାର ଦେଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୧୩ ଅକ୍ଟୋବର ୨୦୨୫ ଠାରୁ ଏହା…

କେନ୍ଦ୍ରୀୟ ଡେପୁଟେସନ ପାଇଁ ଦାୟିତ୍ଵ ମୁକ୍ତ ହେବେ ୩ ଆଇଏଏସ୍ ଅଧିକାରୀ

ଭୁବନେଶ୍ୱର: କେନ୍ଦ୍ରୀୟ ଡେପୁଟେସନ ପାଇଁ ତିନି ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀ ଦାୟିତ୍ଵ ମୁକ୍ତ ହେବେ। ଏନେଇ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି। ଦାୟିତ୍ଵ ମୁକ୍ତ ହେବାକୁ ତିନି ଜଣ ଅଧିକାରୀ ହେଲେ ଶାଲିନୀ ପଣ୍ଡିତ, ସମର୍ଥ ବର୍ମା ଏବଂ…

ପିଲାଙ୍କ କଫ୍ ସିରପ୍ ବ୍ୟବହାରକୁ ଅଧିକ ନିୟନ୍ତ୍ରିତ ଓ ସୁଚିନ୍ତିତ କରିବାକୁ ପରାମର୍ଶ

ଭୁବନେଶ୍ୱର: ୫ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ନିରାପତ୍ତା ଓ ଆରୋଗ୍ୟ ନିମନ୍ତେ କଫ ସିରପ୍ ବ୍ୟବହାରକୁ ଅଧିକ ନିୟନ୍ତ୍ରିତ, ସୁଚିନ୍ତିତ ଓ ଯୌକ୍ତିକ କରିବା ପାଇଁ ସରକାର ଉପଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସମସ୍ତ…

ଅଣ୍ଡା ଉତ୍ପାଦନର ଶକ୍ତି କେନ୍ଦ୍ର ହେବ ଓଡ଼ିଶା: ମନ୍ତ୍ରୀ

ଭୁବନେଶ୍ୱର: ଭରପୁର ପୋଷଣ ଥିବା ଖାଦ୍ୟ ହେଉଛି ଅଣ୍ଡା । ଏହା ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସବୁଠାରୁ କମ ମୂଲ୍ୟରେ ମିଳୁଥିବା ଏହି ପ୍ରାଣୀଜ ଖାଦ୍ୟ ହେଉଛି ଶିଶୁଙ୍କ ଉତ୍ତମ ସ୍ଵାସ୍ଥ୍ୟର ଆଧାର ଓ ଗ୍ରାମୀଣ ଅର୍ଥନୀତିର ଉତ୍ସ । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ…