Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଖୋଲିବନି ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ୍

ଭୁବନେଶ୍ୱର: ରାଜ୍ୟରେ ଖୋଲିବନି ୨୦ କିମ୍ବା ତା’ଠାରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ। ଏନେଇ ଗୁରୁବାର ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ…

ଟ୍ରେନ୍‌କୁ ପଥର ମାଡ଼ ମାମଲା: ୧୦ ମାସରେ ୮୧ ମାମଲା, ୬୭ ଗିରଫ

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନକୁ ପଥର ଫିଙ୍ଗି ଟ୍ରେନ୍‌ର କ୍ଷତି କରିବା ସହିତ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଉଛନ୍ତି କିଛି ଅମାନିଆ। ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଏନେଇ ୮୧ଟି ମାମଲା ରୁଜୁ ହୋଇଛି। ବିଶେଷ କରି ବନ୍ଦେ ଭାରତ ଟ୍ରେନ୍‌କୁ ଟାର୍ଗେଟ୍‌ କରାଯାଉଛି। ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର…

ଆଜିଠୁ ଖରିଫ ଧାନ କିଣା: ପଞ୍ଜୀକରଣ କଲେଣି ୬୦ ହଜାର ୬୧୪ ଜଣ ଚାଷୀ

ସମ୍ବଲପୁର: ଆଜିଠୁ ଖରିଫ ଧାନ କିଣା। ବରଗଡ଼ ଓ ସମ୍ବଲପୁରରେ ଆରମ୍ଭ ହେବ ଧାନକିଣା। ଟୋକେନ୍ ଦ୍ବନ୍ଦ୍ବ ତୁଟିବା ପରେ ଆଜିଠୁ ଧାନକିଣା ଆରମ୍ଭ ହେବ। ପୂଜାର୍ଚ୍ଚନା ପରେ ବରେଇପାଲି ମଣ୍ଡିରେ ଧାନ କିଣା-ବିକା ଆରମ୍ଭ ହେବ। ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ବିକ୍ରି ପାଇଁ ମୋଟ ୧୧୭ଟି ମଣ୍ଡି…

Bali Mafia Attack Incident: ବାଲି ମାଫିଆଙ୍କ ଆକ୍ରମଣ ଘଟଣା: ଗିରଫ ହେଲେ ଆଉ ୬ ଅଭିଯୁକ୍ତ

ମୟୂରଭଞ୍ଜ: ୧୮ନଂ ଜାତୀୟ ରାଜପଥ ତୁଳସୀଚଉରା ଢାବା ନିକଟରେ ବାଲିମାଫିଆଙ୍କ ସଂଘବଦ୍ଧ ଆକ୍ରମଣରେ ବେତନଟୀ ତହସିଲଦାର ଓ ଚାଳକ ଆହତ ହୋଇଥିବା ଘଟଣାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବେତନଟୀ ପୋଲିସ। ପୂର୍ବରୁ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଗିରଫ ମାଝାଲ…

ପୀତବାସ ପଣ୍ଡା ହତ୍ୟା ମାମଲା: ପୁଣି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା। ପୁଣି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ। ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଆଶ୍ରୟ ଦେଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଛି। ଦୁଇ ଅଭିଯୁକ୍ତ ଶୂନ୍ୟ ଦାସ ଓ ସୁନୀଲ ହୋତାଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପୋଲିସ ଜେରା…

Weather Update: ଲାଗିରହିଛି ଥଣ୍ଡାର ପ୍ରକୋପ…ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ ପାରଦ

ଭୁବନେଶ୍ବର:ସାରା ରାଜ୍ୟରେ ଏବେ ଲାଗିରହିଛି ଥଣ୍ଡାର ପ୍ରକୋପ । । ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ପ୍ରବଳ ଥଣ୍ଡା । ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଗତକାଲି ରାଉରକେଲାରେ ସବୁଠାରୁ…

Debrigarh Sanctuary: ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଡେବ୍ରିଗଡ଼ ଅଭୟାରଣ୍ୟ;ବ୍ୟୟ ହେବ ୭୧ କୋଟି

ଭୁବନେଶ୍ବର: ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଏକ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବରେ ବିକଶିତ କରାଯିବ । ୭୧ କୋଟି ଟଙ୍କା ବ୍ୟୟରେ ଆନ୍ତର୍ଜାତୀୟ ଇକୋଟୁରିଜିମ୍ ଡେଷ୍ଟିନେସନ୍ ହେବ ଦେବ୍ରିଗଡ଼ ଅଭୟାରଣ୍ୟ। ଏଥିପାଇଁ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପ୍ରାୟ…

ଟ୍ରେନ୍ ଉପରେ ପଥର ନ ଫିଙ୍ଗିବାକୁ ପୂର୍ବତଟ ରେଳପଥର ନିବେଦନ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଜନସାଧାରଣଙ୍କୁ ଟ୍ରେନ୍ ଉପରେ ପଥର ନ ଫିଙ୍ଗିବାକୁ ଅନୁରୋଧ କରିଛି। କାରଣ ଏହା ଯାତ୍ରୀ ସୁରକ୍ଷା ଏବଂ ରେଳ ସମ୍ପତ୍ତି ପାଇଁ ଏକ ନିରନ୍ତର ବିପଦ।ଏପରି କାର୍ଯ୍ୟ କେବଳ ଯାତ୍ରୀ ଏବଂ କର୍ମଚାରୀଙ୍କୁ ଗମ୍ଭୀର ବିପଦରେ ପକାଇନଥାଏ ବରଂ କୋଚଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ,…

ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବ ଉଦ୍‌ଯାପିତ 

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍‌ଯାପନୀ ସମାରୋହ ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ନଭେମ୍ବର ୨୬ ଓ ୨୭ ତାରିଖ ଦୁଇ ଦିନ ଧରି…

‍‍ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା: ଓଡ଼ିଶାକୁ ମିଳିଲା ସ୍ୱର୍ଣ୍ଣ ପଦକ 

ଭୁବନେଶ୍ୱର: ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ହାସଲ କରିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (India Trade Promotion…