Latest Odisha News

BREAKING NEWS

Browsing Category

ରାଜନୀତି

‘ମେ ୬ରେ ବ୍ରହ୍ମପୁର ଗସ୍ତରେ ଆସିବେ ମୋଦୀ’

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମେ ୬ରେ ବ୍ରହ୍ମପୁର ଗସ୍ତରେ ମୋଦୀ ଆସିବେ ବୋଲି ସୂଚନା ମିଳିଛି। ବ୍ରହ୍ମପୁର ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।…

ବିଜେପି କ୍ଷମତାକୁ ଆସିଲେ ବିଏସକେଓ୍ବାଇ ବନ୍ଦ ହୋଇଯିବ, ପାଣ୍ଡିଆନଙ୍କ ଅଭିଯୋଗରେ ଜବାବ ଦେଲେ ଧର୍ମେନ୍ଦ୍ର

ସମ୍ବଲପୁର: ମାଲକାନଗିରି ଚିତ୍ରକୋଣ୍ଡାରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ମିଶନ ଶକ୍ତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏଏସକେୱାଇ) ସମ୍ପର୍କରେ ବିଜେଡି ନେତା ଭିକେ ପାଣ୍ଡିଆନ ଦେଇଥିବା ମନ୍ତବ୍ୟକୁ ବିଜେପି ସମାଲୋଚନା କରିବା ପରେ ଓଡ଼ିଶାର ରାଜନୈତିକ ବାତାବରଣ ସରଗରମ ହୋଇଛି।…

ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ତାଲିକାରେ ରାଜ୍ୟର ୩ଟି ସହର, ସର୍ବାଗ୍ରେ ବାରିପଦା

ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ମଙ୍ଗଳବାର ରାଜ୍ୟର ୩ଟି ସହର ବିଶ୍ୱର ୧୦ଟି ଉତ୍ତପ୍ତ ସ୍ଥାନ ତାଲିକାରେ ରହିଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ୪୬.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇ ଏହା ବିଶ୍ୱର ଦ୍ବିତୀୟ ଉତ୍ତପ୍ତ ସ୍ଥାନ ହେବା ସହ ସହର…

ସତ୍ୟପାଠର ତଥ୍ୟରୁ ଖୁଲାସା; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର: ଆଜି (ମଙ୍ଗଳବାର) ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତଥ୍ୟରୁ ଜଣା ପଡିଛି ଯେ, ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ । ବର୍ତ୍ତମାନ ତାଙ୍କ ପାଖରେ ନଗଦ ୩୦ ହଜାର ଟଙ୍କା ରହିଛି । ବିଭିନ୍ନ ବ୍ୟାଙ୍କରେ…

ବିଜେଡିରୁ ଇସ୍ତଫା ଦେଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଭୁବନେଶ୍ବର: ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଆନନ୍ଦପୁରର ବିଧାୟକ ଭାଗିରଥୀ ସେଠୀ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଦେଇଛନ୍ତି । ବିଜୁ ଜନତା ଦଳର ଜଣେ ଜଣାଶୁଣା ନେତା ଥିଲେ ଭାଗିରଥୀ ସେଠୀ । ସେ ଆନନ୍ଦପୁର…

ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ; ସାଇବର ଥାନାରେ ଏତଲା ଦେଲା ବିଜେପି

ଭୁବନେଶ୍ୱର: ଅମିତ ଶାହଙ୍କ ମିଥ୍ୟା ଭିଡିଓ ଭାଇରାଲ ନେଇ ଗିରଫ କରିବା ଦାବିରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ସାଇବର ଥାନାରେ ଏତଲା ଦେଇଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେଡିର…

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଖର୍ଚ୍ଚ ତଦାରଖ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ: ଆଜି ପୂର୍ବାହ୍ନରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ତଦାରଖ ନେଇ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ଶେଷ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ଙ୍କ ସହ ନିର୍ବାଚନ…

ଟିକେଟ୍ ଦେଲେ…ଫେରାଇ ନେଲେ

ଭୁବନେଶ୍ବର : ଆଗ ଟିକେଟ୍ ଦେଲେ, ପରେ କାଟିଦେଲେ । ପ୍ରଚାର ମଇଦାନରେ ବୁଲି ଭାଣ୍ଡିଆ ହେଲେ ପ୍ରାର୍ଥୀ । ଚବିଶ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ପ୍ରାର୍ଥୀ ଦ୍ବନ୍ଦ୍ବ। ବିଶେଷ କରି କଂଗ୍ରେସରେ ତ ଟିକେଟ୍ ବଦଳ ଯେମିତି ନିତିଦିନିଆ କଥା ହୋଇଛି। କେଉଁଠି ସାଂସଦ…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବିଜୟ ନାଏକ; କହିଲେ, ସ୍ୱାଧୀନ ଭାବେ ଲଢିବେ

ମୟୂରଭଞ୍ଜ: ବିଜେଡି ଛାଡିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । କରଞ୍ଜିଆରୁ ଟିକେଟ୍ ଆଶାୟୀ ଥିଲେ ହେଲେ ଟିକେଟ୍ ନମଳିବାରୁ ନିରାଶ ହୋଇ ଦଳ ଛାଡିଲେ ବିଜୟ । ଦଳ ଛାଡିବା ପରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଲେ ବିଜୟ । ବିଜୟ ପ୍ରଥମେ କରଞ୍ଜିଆ ବ୍ଲକରୁ…

ମିଳିଲାନି ଟିକେଟ୍, ବିଜେଡିରୁ ଇସ୍ତଫା ଦେଲେ ସୁରେନ୍ଦ୍ର ସେଠୀ

କାକଟପୁର: ବିଜିଡି ରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । ସେ ଆଜି ବିଜୁ ଜନତା ଦଳର ସଭାପତିଙ୍କୁ ପତ୍ର ଲେଖି ନିଜର ଇସ୍ତଫା ପତ୍ର ବିଷୟରେ ଜଣାଇଛନ୍ତି । ସେ ଟିକେଟ୍ ପାଇଁ ଆଶାୟୀ ଥିବାବେଳେ, ଦଳ କିନ୍ତୁ ତାଙ୍କୁ ନିରାଶ କରିଥିଲା ଯାହା ଫଳରେ ସେ ଅସନ୍ତୁଷ୍ଟ ବୋଲି…