ବରଗଡ଼ : ଗୋରୁ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିବାରେ ସଫଳ ହେଲା ବଜରଙ୍ଗ ଦଳ। ବରଗଡ଼ରେ ଏକ ବଡ ଧରଣର ଗୋରୁ ଚାଲାଣ କରାଯାଉଥିବା ବେଳେ ଏହାକୁ ରୋକିବାରେ ସଫଳ ହୋଇଛି ବରଗଡ଼ ବଜରଙ୍ଗୀ ଦଳ। ରାତି ପ୍ରାୟ ୧୨ ପାଖାପାଖି ସମୟ ହେବ । ଛତିଶିଗଡ଼ ପଟୁ ଏକ କଣ୍ଟେନର ଗାଡିକୁ ବରଗଡ଼ ବିକାଶ ହସ୍ପିଟାଲ ସାମ୍ନାରେ ଧରିପକାଇଥିଲେ ବଜରଙ୍ଗୀ ବାଲା।
ଖବର ପାଇ ପୋଲିସ ପାଟ୍ରୋଲିଂ ଟିମ୍ ଘଟଣା ସ୍ଥଳରେ ପହଁଚିଥିଲେ। ଏହି ଗାଡିଟି କଲିକତାରୁ ଯାଉଥିବା ଅନୁମାନ କରାଯାଉଥିବା ବେଳେ ଗାଡିରେ ଶହେ ପାଖିପାଖି ଗୋରୁଥିବା ଅନୁମାନ କରାଯାଉଛି । ଅନ୍ୟପଟେ ଗୋଟେ ଗାଡିରେ ଏତେ ଗୋରୁ ଥିବାରୁ କିଛି ଗାଇ ଅଣନିଶ୍ୱାସି ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବଜରଙ୍ଗୀ ଦଳ ଦେଖିବାକୁ ପାଇଥିଲେ । ଘଟଣା ସ୍ଥଳରୁ କଣ୍ଟେନର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ। ପୋଲିସ ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଛି।
Comments are closed.