Latest Odisha News

BREAKING NEWS

ଅନିଦ୍ରାର କାରଣ ଏବଂ ଏହାର ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିକାଲି ନିଦ ନ ହେବା ଲୋକଙ୍କର ଏକ ପ୍ରମୁଖ ସମସ୍ୟା ପାଲଟିଛି। ସେ ଅଫିସ ଚିନ୍ତାରେ ହେଉ କିମ୍ବା ଘର ଚିନ୍ତା, ପ୍ରତ୍ୟେକ ବ୍ୟକ୍ତି ଅତ୍ୟଧିକ ଚିନ୍ତା କରିବାରୁ ଆସ୍ତେ ଆସ୍ତେ ନିଦ କମିଯାଏ। ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଦିଏ। ଠିକ୍ ଭାବେ ନିଦ ନ ହେବା ଯୋଗୁଁ ଅଧିକାଂଶ ମହିଳା ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ମହିଳାଙ୍କ କ୍ଷେତ୍ରରେ କାହିଁକି ନିଦ ହ୍ରାସ ହେଉଛି।

ଆଜିକାଲିର ଫାଷ୍ଟ ଫୁଡ ଏବଂ ଅବ୍ୟବସ୍ଥିତ ଜୀବନ ଶୈଳୀ ଯୋଗୁଁ ହରମୋନ ପରିବର୍ତ୍ତନ ହେବା ଏକ ମୁଖ୍ୟ କାରଣ। ଏହି ସମସ୍ୟା ହେଲେ ରାତିରେ ବାରମ୍ବାର ପରିସ୍ରା ଲାଗିଥାଏ ଏବଂ ଏସିଡିଟି ହୁଏ। ଏହା ବ୍ୟତୀତ ଦିନସାରା କୌଣସି କାମ କରିବାକୁ ଭଲ ଲାଗେ ନାହିଁ। ଏପରି ସ୍ଥଳେ ତୁରନ୍ତ ଜୀବନଶୈଳୀରେ ପରିବର୍ତ୍ତନ କରିବା ଆବଶ୍ୟକ। ନିୟମିକ ବ୍ୟାମ କଲେ ସୁଫଳ ମିଳେ ଏବଂ ରାତିରେ ଭଲ ନିଦ ହୁଏ।

ବ୍ୟାୟାମ ବା ଯୋଗ ଅଭ୍ୟାସ କଲେ ଶରୀରରେ ହରମୋନ ସନ୍ତୁଳିତ ହୋଇ ରହେ। ତେଣୁ ସକାଳେ ୨୦ ମିନିଟ୍ ଚାଲିବା ଉଚିତ୍। ଏହାସହ ଅତ୍ୟଧିକ ଚା ବା କଫି ପିଇବା ଉଚିତ୍ ନୁହେଁ। ଦିନରେ ଅତ୍ୟଧିକ ଶୁଅନ୍ତୁ ନାହିଁ। ଦିନରେ ଶୋଇଲେ ରାତିରେ ନିଦ କମିଯିବାର ଆଶଙ୍କା ବଢିଯାଏ। ନିୟମିତ ରାତିରେ ଶୋଇବା ପୂର୍ବରୁ ଗରମ ପାଣିରେ ଗୋଡ଼ ଧୋଇ ନିଅନ୍ତୁ। ଶୋଇବା ପୂର୍ବରୁ ୫ ମିନିଟ୍ ଧରି ପ୍ରାଣାମ କରନ୍ତୁ।

Comments are closed.