Latest Odisha News

BREAKING NEWS

୧ ନମ୍ବର ହାଟରେ ପୋଲିସର ରେଡ୍, ବିପୁଳ ବାଣ ଜବତ

ଭୁବନେଶ୍ୱର: ଆଉ ୪ ଦିନ ପରେ ଦୀପାବଳି । ବାଣ ଫୁଟାଇବା ପାଇଁ ସମସ୍ତେ ଉତ୍ସୁକ ଥିବାବେଳେ ବଜାରରେ ବାଣର ପସରା ମେଲିଛି । ଏଣେ ବିଭିନ୍ନ ସ୍ଥାନରେ ବେଆଇନ୍ ଭାବେ ବାଣ ନିର୍ମାଣ ସହ ବିକ୍ରି କରାଯାଉଛି । ଦିନକ ତଳେ କଟକରେ ବେଆଇନ୍ ବାଣ ନିର୍ମାଣ କରୁଥିବା ୬ ଜଣଙ୍କୁ ପୋଲିସ ଗିରଫ କରିଥିଲା । ଆଜି ରାଜଧାନୀରେ କମିଶନରେଟ୍ ପୋଲିସ ଚଢ଼ାଉ କରିଛି ।

ୟୁନିଟ୍ ୧ ହାଟରେ ବେଆଇନ୍ ଭାବେ ବାଣି ବିକ୍ରି ହେଉଥିବା ସୂଚନା ପାଇଥିଲା ପୋଲିସ । ଏହାପରେ ରେଡ୍ ବେଳେ ବିପୁଳ ବାଣ ଜବତ କରାଯାଇଛି । ଏଥିସହ ବିନା ଅନୁମତିରେ ଦୋକାନୀ ବାଣ ବିକ୍ରି ପାଇଁ ରଖିଥିବାରୁ ପୋଲିସ ତାଙ୍କୁ ହେପାଜତକୁ ନେଇଥିବା ଜଣା ପଡ଼ିଛି ।

ଏହା ପୂର୍ବରୁ ବିଏମସି ରାଜଧାନୀର ୨୧ଟି ସ୍ଥାନରେ ଦୀପାବଳି ପାଇଁ ବାଣ ବିକ୍ରି ଲାଗି ଅନୁମତି ଦେଇଥିଲା । ଅନୁମତି ଦିଆଯାଇଥିବା ସ୍ଥାନ ବ୍ୟତୀତ ଅନ୍ୟ କୌଣସି ଜାଗାରେ ବାଣ ବିକ୍ରି ନିଷେଧ କରାଯାଇଛି ।

Leave A Reply

Your email address will not be published.