Latest Odisha News

BREAKING NEWS

୧୮ ଫୋନ, ୪ ନମ୍ବର ବ୍ୟବହାର କରୁଥିଲେ ସିସୋଦିଆ, ଦିନକରେ ବଦଳାଉଥିଲେ ୩ ମୋବାଇଲ

 

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ନାଁରେ ଚାର୍ଜସିଟ ଦାଖଲ କରିସାରିଛି । ଚାର୍ଜସିଟିରେ ଦୁଇ ଯାଞ୍ଚ ଏଜେନ୍ସି  ମନୀଷଙ୍କ ବିରୋଧରେ ଉଲ୍ଲେଖ କରିଛନ୍ତି, ସେ ୧୧ଟି ଫୋନ କିଣିଥିଲେ । ଏସବୁ ଫୋନ ସେ ଅନ୍ୟ ନାମରେ କିଣିଥିଲେ । ବ୍ୟବହାର ପରେ ସେ ଏହି ଫୋନକୁ ନଷ୍ଟ କରି ଦେଉଥିଲେ । ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବା ପରେ ତାଙ୍କୁ ଭାରତୀୟ ଦଣ୍ଡ ସିଂହିତା ଧାରା ୪୭୭-ଏ ଏବଂ ୧୨୦-ବି (ଅପରାଧିକ ଷଡଯନ୍ତ୍ର) ଅନୁସାରେ ଗିରଫ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଦୁଇ ତଦନ୍ତକାରୀ ଟିମ୍ ।

ସିବିଆଇ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ୧୮ଟି ମୋବାଇଲ ଫୋନର ବ୍ୟବହାର କରୁଥିଲେ । ସେ ଗୋଟିଏ ଦିନରେ ୩ଟି ଫୋନ ବଦଳାଉଥିଲେ । ସେ ଏହି ଫୋନରେ ଅତି କମରେ ୪ଟି ନମ୍ବର ବ୍ୟବହାର କରୁଥିଲେ । ସିବିଆଇର କହିବା ଅନୁଯାୟୀ ତାଙ୍କର ସବୁ ନମ୍ବର ପାଖାପାଖି ଏକ ପ୍ରକାର ଥିଲା । ହଠାତ ଦେଖିଲେ ଏହା ଆଉ ଏକ ନମ୍ବର ବୋଲି ଜାଣି ହେବନି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ରବିବାର ସନ୍ଧ୍ୟାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଛି । ଆଜି ତାଙ୍କୁ  କୋର୍ଟରେ ହାଜର କରାଯିବ।

ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି। ସିସୋଦିଆ ତଦନ୍ତରେ ସହଯୋଗ କରୁ ନ ଥିବାରୁ ତାଙ୍କୁ ଗିରଫ କରାଯାଇଛି ବୋଲି ସିବିଆଇ ପକ୍ଷରୁ ସୂଚନା ମିଳିଛି । ସିବିଆଇ କହିଛି, ୨୦୨୧-୨୨ ବର୍ଷ ପାଇଁ ପ୍ରସ୍ତୁତ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ମୁମ୍ବାଇ ସ୍ଥିତ ଏକ ଘରୋଇ କମ୍ପାନୀର ତତ୍କାଳୀନ ସିଇଓ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଡିସେମ୍ବର ୨୫ରେ ଚାର୍ଜସିଟ୍ ଦାଖଲ କରାଯାଇଛି।

Leave A Reply

Your email address will not be published.