କୋଲକାତା: ଗୋଚାଲାଣ ମାମଲାରେ ତୃଣମୂଳ କଂଗ୍ରେସର ବାହୁବଳୀ ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଗିରଫ କରିଛି । ସେ ବୀରଭୂମି ଜିଲ୍ଲା ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ମାମଲାରେ ସିବିଆଇକୁ ସହଯୋଗ କରୁ ନ ଥିବା ଅଭିଯୋଗ ଆସିଥିଲା । ୨ ଥର ସମନ ପଠାଇବା ପରେ ସେ ହାଜର ନ ହେବାରୁ ସିବିଆଇ ବାଧ୍ୟ ହୋଇ ଗିରଫ କରିଛି । ୧ ଘଂଟାରୁ ଊର୍ଦ୍ଧ୍ୱ ସମୟ ପଚରା ଉଚରା କରାଯିବା ପରେ ହେଲଥ ଚେକଅପ ପାଇଁ ଅନୁବ୍ରତଙ୍କୁ ଡାକ୍ତରଖାନା ନିଆ ଯାଇଥିଲା । ସିବିଆଇ ୫ ଓ ୮ ଅଗଷ୍ଟରେ ସମନ ଜାରୀ କରିଥିଲା । ବିଜେପି ସାଂସଦ ଦୀଲିପ ଘୋଷ କହିଛନ୍ତି ଅନୁବ୍ରତଙ୍କ ପରି ରାକ୍ଷସଙ୍କୁ ଜେଲରେ ରଖିବା ଉଚିତ । ସୂଚନାଯୋଗ୍ୟ, ୨୦୨୦ରେ ଭାରତ-ବାଂଲାଦେଶ ସୀମାରେ ଗୋଚାଲାଣ କରା ଯାଉଥିଲା । ବିଏସଏଫ ୨୦୦୦୦ ପଶୁଙ୍କ ମୁଣ୍ଡ ଜବତ କରିଥିଲା । ସିବିଆଇ ଏଥିରେ ସମ୍ପୃକ୍ତ ଥିବା ନେଇ ବିଏସଏଫ କମାଣ୍ଡାଂଟ ସତୀଶ କୁମାରଙ୍କ ସମେତ ଅନ୍ୟ କେତେଜଣଙ୍କ ବିରୋଧରେ କେଦ ରୁଜୁ କରିଥିଲା । ନିକଟରେ ମଣ୍ଡଳଙ୍କ ୧୩ ସ୍ଥାନ ଉପରେ ସିବିଆଇ ଚଢ଼ାଉ କରି ୧୭ ଲକ୍ଷ ଟଙ୍କା ଓ ୧୦ ମୋବାଇଲ ଫୋନ ଜବତ କରିଥିଲା ।
BREAKING NEWS
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
- ଦୀର୍ଘ ବର୍ଷ ପରେ ଚେନ୍ନାଇ ବିପକ୍ଷରେ ଖେଳିଲେ ଜାଡେଜା, ଲୋଗୋକୁ ଦେଖି ହେଲେ ଭାବପ୍ରବଣ
- ବଡ଼ ଘୋଷଣା-ବଡ଼ ପ୍ରଚାର, ଦାୟିତ୍ୱ ଶୂନ୍ୟ: ସରକାରଙ୍କୁ ରାହୁଲଙ୍କ ସମାଲୋଚନା
- ୧ ଏପ୍ରିଲରୁ ଟୋଲ୍ ପ୍ଲାଜାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ କରିବାକୁ ପଡ଼ିବ?
Comments are closed.