Latest Odisha News

BREAKING NEWS

ଜଳସ୍ତର ହ୍ରାସ ନହେଲେ କରାଯିବ ଆନ୍ଦୋଳନ !

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ଥିତ ବାଲିମେଳା ଜଳଭଣ୍ଡାରରେ ବଢୁଥିôବା ଜଳାଶୟକୁ ଆଗାମୀ ଦିନରେ ହ୍ରାସ ନକରାଗଲେ ଆନ୍ଦୋଳନ କରାଯିବ ବୋଲି ଏକ ଆଦିବାସୀ ସଙ୍ଗଠନ ଚେତାବନୀ ଦେଇଛି ।

ଏକ ବିଜ୍ଞପ୍ତିରେ ‘ଆଦିବାସୀ ବିପ୍ଲବୀ ଚାଷୀ ସଙ୍ଗଠନ’ କହିଛନ୍ତି, ଜଳାଶୟରେ ବୃଦ୍ଧି ପାଉଥିବା ଜଳ ଯୋଗୁଁ ବହୁ ଚାଷଜମି ଜଳମଗ୍ନ ହୋଇଯାଇଛି । ଯାହାଫଳରେ ଧାନ, ମାଣ୍ଡିଆ, ବିରି, ମୁଗ ଭଳି ଅନେକ ଫସଲ ନଷ୍ଟ ହୋଇଯାଇଛି ।

ଆହୁରି ମଧ୍ୟ ଚଳିତ ବର୍ଷ ପରି ଗତ ବର୍ଷ ମଧ୍ୟ ସମାନ ସମସ୍ୟା ଉପୁଜିଥିବା ବେଳେ ସରକାର ଏଯାବତ୍ କ୍ଷତିପୂରଣ ଦେଇନଥିବା ଅଭିଯୋଗ କରିଛନ୍ତି କୃଷକମାନେ ।

ସରକାର କୃଷକମାନଙ୍କୁ ଅଣଦେଖା କରି କମ୍ପାନୀଗୁଡିକୁ ଅଧିକ ବିଜୁଳି ପ୍ରଦାନ କରିବା ଲାଗି ଜଳସ୍ତର ହ୍ରାସ କରାଉନଥିବା ସେମାନେ ଅଭିଯୋଗ କରିଛନ୍ତି ।

Comments are closed.