Latest Odisha News

BREAKING NEWS

CBI Raid: ୭୫ ହଜାର ଟନ୍ କୋଇଲାର ମିଳୁ ନାହିଁ ହିସାବ; MCLରେ ସିବିଆଇର ତନାଘନା

ସୁନ୍ଦରଗଡ:କୋଇଲା ଚୋରା ଚାଲାଣ ଅଭିଯୋଗକୁ ନେଇ ଦିଲ୍ଲୀ ସିବିଆଇର ତିନିଟି ଦଳ ଏକକାଳୀନ ଚଢ଼ାଉ କରିଛନ୍ତି । ଅଭିଯୋଗ ହୋଇଛି ଯେ ଖଣିରୁ ସାଇଡିଂକୁ ଯାଉଥିବା ୭୫ ହଜାର ଟନ୍ କୋଇଲାର ହିସାବ ମିଳୁ ନାହିଁ । MCL ଗର୍ଜନବାହାଲ, କୁଲଡା କୋଇଲା ଖଣି ଓ କନିକା ରେଲୱେ ସାଇଡିଂରେ CBI ଟିମ୍ ଚଢ଼ାଉ କରିଛି ।

କନିକା ରେଲୱେ ସାଇଡିଂ ଇନଚାର୍ଜ ସି.ପି. ସେଠୀ ଓ ଗର୍ଜନବାହାଲ ଖଣି କର୍ମଚାରୀଙ୍କୁ କନିକା ସାଇଡିଂରେ ଜେରା କରାଯାଉଥିବାର ସୂଚନା ରହିଛି।

ଖବରମୁତାବକ,ଏମସିଏଲ୍ କର୍ମଚାରୀ ସିପି ସେଠୀ ପୂର୍ବର ଗର୍ଜନବାହାଲ ଖଣି ପ୍ରକଳ୍ପ ଦାୟିତ୍ବରେ ଥିଲେ। ସେହି ସମୟରେ କୋଇଲା ଚୋରାଚାଲାଣ ହୋଇଥିବା ସୂଚନା ରହିଥିଲା। ସେ ବର୍ତ୍ତମାନ ରେଲୱେ ସାଇଡିଂ ଇନଚାର୍ଜ ରହିଛନ୍ତି ।

Comments are closed.