Latest Odisha News

ଗୋଖାଦ୍ୟ ଦୁର୍ନୀତି: ଆଜି ଲାଲୁଙ୍କ ବିରୋଧରେ ଦଣ୍ଡ ଶୁଣାଣି

ରାଞ୍ଚି: ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଣି । ଦିନ ୧୨ଟାରେ ତାଙ୍କ ସହ ଅନ୍ୟ ୩୭ ଜଣଙ୍କ ବିରୋଧରେ ସଜା ଶୁଣାଇବେ ରାଞ୍ଚିର ସିବିଆଇ କୋର୍ଟ । ସେମାନଙ୍କ ବିରୋଧରେ କି ଦଣ୍ଡ ଶୁଣାଇବେ କୋର୍ଟ ତାଉପରେ ସମସ୍ତଙ୍କର ନଜର ରହିଛି ।

ଗତ ୧୫ ତାରିଖରେ ମାମଲାର ଶୁଣାଣି କରି ଲାଲୁଙ୍କ ସମେତ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଦୋରନ୍ଦା ଟ୍ରେଜେରୀରୁ ବେଆଇନ ଅର୍ଥ ଉଠାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ । ଏଥିରେ ୧୩୯ କୋଟିର ଦୁର୍ନୀତି ହୋଇଥିଲା । ଏହି ମାମଲାରେ ୨୪ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।

୧୯୯୦-୧୯୯୫ ମସିହା ଭିତରେ ବଡ଼ ଧରଣର ଗୋଖାଦ୍ୟ ଦୁର୍ନୀତି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଲାଲୁ ପ୍ରସାଦ ଯାଦବ ୯୫୦ କୋଟିର ଟଙ୍କାର ଗୋଖାଦ୍ୟ ଦୁର୍ନୀତିର ୫ଟି ମାମଲାରୁ ୪ଟିରେ ଦୋଷୀ ସାବ୍ୟସ୍ତ ହୋଇସାରିଲେଣି । ୪ଟି ମାମଲାରେ ପାଖାପାଖି ୧୪ ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା ।

ଦୁମକା,ଦେଓଘର ଓ ଚାଇବାସା କୋଷାଗାରରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ସଜା ହୋଇଛି । ଜେଲ୍ ଦଣ୍ଡ ସହ ୬୦ ଲକ୍ଷ ଟଙ୍କା ଜରିମାନା ବି ସେ ଦେଇଛନ୍ତି । ଏବେ ବେଲରେ ଅଛନ୍ତି ଲାଲୁ ପ୍ରସାଦ ଯାଦବ ।

Comments are closed, but trackbacks and pingbacks are open.