Latest Odisha News

BREAKING NEWS

ଆଜି ରାଜ୍ୟରୁ ୩୮୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମଣ କ୍ରମାଗତ ଭାବରେ ହ୍ରାସ ପାଉଛି । ଆଜି ଚାରି ଶହ ତଳକୁ ଖସିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୮୮ ସଂକ୍ରମିତ । କ୍ୱାରେଣ୍ଟିନରୁ ୨୨୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୬୨ । ୧୮ ବର୍ଷ ଭିତରେ ଆଉ ୮୬ ପଜିଟିଭ୍ ବାହାରିଛନ୍ତି ।

ଆଜି ୨୯ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସଂକ୍ରମିତ ହୋଇଛନ୍ତି ସର୍ବାଧିକ ୫୩ ଜଣ । ଗଜପତିରେ ୩୦, ସମ୍ୱଲପୁରରେ ୨୪, ଯାଜପୁରରେ ୨୩, କଟକରୁ ୨୧ ଏବଂ ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲାରେ ଆଉ ୨୦ ଜଣ ଲେଖାଏ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକି ଜିଲ୍ଲାରେ ୨୦ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।

ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ କେହି ନୂଆ ସଂକ୍ରମିତ ହୋଇ ନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୮୨ହଜାର ୮୬୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୬୮ହଜାର ୧୫୮ ଆକ୍ରାନ୍ତ । ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୫ହଜାର ୬୩୨କୁ ଖସିଛି ।

Comments are closed, but trackbacks and pingbacks are open.