Latest Odisha News

BREAKING NEWS

ଦୋକାନ ଜାଳିଦେଲେ ଦୁର୍ବୃତ୍ତ, ପୋଡ଼ିଦେଲେ ଗାଡ଼ି

କଟକ: ପଞ୍ଚାୟତ ନିର୍ବାଚନ ବେଳେ ହିଂସାକାଣ୍ଡ । କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗାଁରେ ପୋଡ଼ାଜଳା କିଛି ଦୁର୍ବୃତ୍ତ ରତାପାଟ ଗାଁରେ ଦୁଇଟି ଦୋକାନ ଘରେ ନିଆଁ ଲଗାଇ ଦେଇଥିବା ବେଳେ ଗୋଟିଏ ଗାଡ଼ି ପୋଡ଼ି ଦେଇଛନ୍ତି । ଗାଁର ସୁରେଶ କଅଁରଙ୍କର ଲୁଗା ଦୋକାନକୁ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ ।

ସେହିପରି ମିହିର ପ୍ରଧାନଙ୍କର ଏକ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ତାସହ ତାଙ୍କର ଏକ ଟାଟା ଏସିଇ ଗାଡିକୁ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଛାରଖାର ହୋଇଛି । ଘଟଣାସ୍ଥଳରେ ବଡମ୍ବା ପୋଲିସ ପହଞ୍ଚି ତଦନ୍ତ କରିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ମୁତୟନ ଅଛନ୍ତି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ।

ତେବେ କିଏ ଓ କାହିଁକି ଦୋକାନରେ ନିଆଁ ଲଗାଇ ଦେଲା? ଏହା ପଛର କାରଣ କଣ ? ରାଜୈନିତିକ ଆକ୍ରୋଶ ନା ବ୍ୟକ୍ତିଗତ ଶତ୍ରୁତାରୁ ଏଭଳି ଘଟଣା ଘଟାଇଲେ ଦୁର୍ବୃତ୍ତ । ପୋଲିସ ଅଧିକ ଖୋଳତାଡ ଚଳାଇଛି । ଏନେଇ ବଡମ୍ବା ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

Comments are closed, but trackbacks and pingbacks are open.