Latest Odisha News

BREAKING NEWS

କୋଇଲା ଦୁର୍ନୀତି: ଆଜି ଦିଲ୍ଲୀପ ରାୟଙ୍କ ବିରୋଧରେ ଦଣ୍ଡ ବିଧାନ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆଜି ଆସିବ ସଜା । ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ତାଙ୍କ ସହ ଅନ୍ୟ ୪ ଜଣଙ୍କ ବିରୋଧରେ ବି ଦଣ୍ଡବିଧାନ ହେବ । ସେମାନଙ୍କ ବିରୋଧରେ କି ସଜା ଶୁଣାଇବେ କୋର୍ଟ ତାଉପରେ ସମସ୍ତଙ୍କ ନଜର ରହିଛି ।

ଗତ ୬ ତାରିଖରେ କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟ, କୋଇଲା ମନ୍ତ୍ରାଳୟର ତତ୍କାଳୀନ ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକ୍ନୋଲୋଜିଜ୍ ଲିମିଟେଡ, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଓ କାଷ୍ଟ୍ରନ୍ ମାଇନିଂ ଲିମିଡେଟକୁ ଦୋଷୀ ସାବ୍ୟସ୍ତ କରିଥିଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ ।

୧୯୯୯ ମସିହାରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଥିଲା । ସେତେବେଳେ ବାଜପେୟୀ ସରକାରରେ କେନ୍ଦ୍ରରେ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ଠକେଇ, ଜନପ୍ରତିନିଧିଙ୍କ ଦ୍ୱାରା ବିଶ୍ୱାସ ଭଙ୍ଗ, ଅପରାଧିକ ଷଡ଼ଯନ୍ତ୍ର ଓ ପ୍ରିଭେନସନ୍ ଅଫ୍ କରପସନ୍ ଆକ୍ଟର ବିଭିନ୍ନ ଧାରାରେ ଦୋଷୀ ପ୍ରମାଣିତ ହୋଇଥିଲେ ଦିଲ୍ଲୀପ ରାୟ ।

Leave A Reply

Your email address will not be published.