Latest Odisha News

BREAKING NEWS

ବଜ୍ରପାତରେ ଗଲା ୨ ଜୀବନ

ନୟାଗଡ: ନୟାଗଡ ଜିଲ୍ଲା ଦଶପଲ୍ଲା ଡିହଗାଁରେ ଅଭାବନୀୟ ଘଟଣା । ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ବଜ୍ରପାତରେ ଗାଁର ଜଣେ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଥିଲେ । ଚିକିତ୍ସା ପାଇଁ ସେମାନଙ୍କୁ ଦଶପଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ଉଦୟନାଥ ପ୍ରଧାନ ଓ ଆଶାଲତା ସାହୁ ।

Leave A Reply

Your email address will not be published.