Latest Odisha News

BREAKING NEWS

ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲା: ସିବିଆଇ ଆତ୍ମହତ୍ୟା ଦିଗରୁ ତଦନ୍ତ ଆଗକୁ ବଢାଇବ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ନେଇ ଏପର‌୍ୟ୍ୟନ୍ତ କୌଣସି ପ୍ରମାଣ ପାଇନି । ତଦନ୍ତ ଏବେ ବି ଜାରି ରହିଛି ଓ ସିବିଆଇ ଆତ୍ମହତ୍ୟା କରିଥିବା ଦିଗରୁ ତଦନ୍ତ ଆଗକୁ ବଢାଇବ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ସହିତ ମାମଲା ସମ୍ପର୍କିତ ଅନ୍ୟ ଲୋକଙ୍କୁ ପଚରାଉଚରାରେ ସିବିଆଇ ନୂଆ ରାଜ୍ ସାମନାକୁ ଆଣିଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସିବିଆଇ ଅଧିକାରୀ କହିଛନ୍ତି, ଆତ୍ମହତ୍ୟା ଆଙ୍ଗେଲ ଉପରେ ଫୋକସ୍ କରାଯାଉଛି ।

ଏହା ମଧ୍ୟ ଯାଞ୍ଚ କରଯାଉଛି ଯେ, ଆତ୍ମହତ୍ୟା ପାଇଁ ତାଙ୍କୁ ବାଧ୍ୟ କରାଯାଇପରେ । ଏହି କେସରେ ଏବେ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଏମ୍ସ ଫରେନସିକ୍ ଟିମ୍ ବୋଲି କୁହାଯାଉଛି । ଏଥିରେ ସୁଶାନ୍ତଙ୍କ ପୋଷ୍ଟମର୍ଟମ ଓ ଅଟୋପ୍ସିର ରିପୋର୍ଟ ମଧ୍ୟ ସାମିଲ ରହିଛି । ମଙ୍ଗଳବାର ମାମଲାର ମୁଖ୍ୟ ଅଭିଯୁକ୍ତ ରିୟାଙ୍କ ବାପା-ମାଙ୍କୁ ସିବିଆଇ ପଚରାଉଚରା କରିଛି । ଡ୍ରଗ୍ସ ଦିଗରୁ ଯାଞ୍ଚ ପାଇଁ ଇଡି ଗୌରବଙ୍କୁ ମଧ୍ୟ ପଚରାଉଚରା କରିବ ।

Leave A Reply

Your email address will not be published.