Latest Odisha News

BREAKING NEWS

କାଲି ଏକ ନମ୍ବର ହେବ ଖୋର୍ଦ୍ଧା !

ଭୁବନେଶ୍ୱର: କରୋନା ସଂକ୍ରମଣରେ ଗଞ୍ଜାମକୁ ଟପିଯିବ ଖୋର୍ଦ୍ଧା । ରେଡହଟ୍ ଜିଲ୍ଲା ଭାବରେ ଉଭା ହୋଇଛି । ପ୍ରତିଦିନ ପାଞ୍ଚ ଶହରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କେତେବେଳେ ସଂଖ୍ୟା ସାତ ଶହ ବି ଡେଇଁ ଯାଉଛି । ଏଯାଏଁ ଗଞ୍ଜାମ ସଂକ୍ରମିତ ଜିଲ୍ଲା ତାଲିକାର ଏକ ନମ୍ବରରେ ରହିଛି । କାଲି ଗଞ୍ଜାମକୁ ପଛକୁ ଠେଲି ନୂଆ ରେକର୍ଡ କରିବ ଖୋର୍ଦ୍ଧା ।

ଗଞ୍ଜାମକୁ ଠେଲି ଏକ ନମ୍ବର ହେବ ଖୋର୍ଦ୍ଧା
ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ୭୩୧ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୧୫୯କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ୧୬୯ ପଜିଟିଭ୍ ବାହାରିଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୨୩୮ । ଗଞ୍ଜାମଠାରୁ ମାତ୍ର ୭୯ ଟି କମ୍ କେସ୍ ରହିଛି ଖୋର୍ଦ୍ଧା ଜିଲ୍ଲାରେ ।

ଆକ୍ଟିଭ୍ କେସରେ ଆଗରେ ଖୋର୍ଦ୍ଧା
ଆକ୍ଟିଭ୍ କେସରେ ବି ଆଗରେ ଖୋର୍ଦ୍ଧା । ଗଞ୍ଜାମ ଅପେକ୍ଷା ସାଢ଼େ ୪ଗୁଣା ଅଧିକ ଆକ୍ଟିଭ୍ କେସ୍ ଖୋର୍ଦ୍ଧାରେ ରହିଛି । ଗଞ୍ଜାମ ଜିଲ୍ଲାରେ ଚିକିତ୍ସାଧୀନ ଅଛନ୍ତି ୧୪ ଶହ ୫୧ ଆକ୍ରାନ୍ତ । କିନ୍ତୁ ଖୋର୍ଦ୍ଧାରେ ୬ ହଜାର ୬୨୯ଟି କରୋନା ସକ୍ରିୟ ମାମଲା ରହିଛି । ୫ ହଜାର ୧୭୮ଟି ଅଧିକ ଆକ୍ଟିଭ୍ କେସ୍ ଖୋର୍ଦ୍ଧା ଜିଲ୍ଲାରେ ରହିଛି ।

ଗଞ୍ଜାମରେ ମୃତ୍ୟୁସଂଖ୍ୟା ଅଧିକ
ଗଞ୍ଜାମରେ କିନ୍ତୁ ଖୋର୍ଦ୍ଧା ଅପେକ୍ଷା ମୃତ୍ୟୁସଂଖ୍ୟା ଅଧିକ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୃତ୍ୟୁବରଣ କଲେଣି ୧୯୪ ଆକ୍ରାନ୍ତ । ଖୋର୍ଦ୍ଧାରେ ଏହି ସଂଖ୍ୟା ୬୯ । ଗଞ୍ଜାମରେ ମୃତ୍ୟୁହାର ୧.୦୬% ଥିବା ବେଳେ ଖୋର୍ଦ୍ଧାରେ ମୃତ୍ୟୁହାର ରହିଛି ୦.୩୭%।

Leave A Reply

Your email address will not be published.