Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କରେ ୨ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏବେ ସିବିଆଇ ଓ ଇଡି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ସୁଶାନ୍ତ ମାମଲାରେ ଡ୍ରଗ୍ କନେକସନ ଆସିବା ପରେ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ ସଜାଗ ହୋଇଯାଇଛି । ନାର୍କୋଟିକ୍ସ ବ୍ୟୁରୋ ଡ୍ରଗ୍ସ ଲିଙ୍କ କନେକସନ୍ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି । ସୋମବାର ଦିନ ଜଣଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଦିନ ଆଉ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ ଅବଦୁଲ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରି । ଦୁହିଁଙ୍କୁ ମୁମ୍ବାଇରୁ ଗିରଫ କରାଯାଇଛି ।

ଏମାନଙ୍କୁ ପଚରାଉଚରା ବେଳେ ନାର୍କୋଟିକ୍ସ ବ୍ୟୁରୋ ଏମାନଙ୍କ ସହ ରିୟା ଚକ୍ରବର୍ତ୍ତୀ ଏବଂ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ସିଧାସଳଖ ସଂପର୍କ ଥିବା ଜାଣିବାକୁ ପାଇଛି । ନାର୍କୋଟିକ୍ସ ବ୍ୟୁରୋ ଏହି ମାମଲାରେ ଏମାନଙ୍କୁ ଆହୁରି ପଚରାଉଚରା କରିବ । ଯଦି ରିୟା ଚକ୍ରବର୍ତ୍ତୀ ଏବଂ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ମିଳେ ତେବେ ଉଭୟଙ୍କୁ ଗିରଫ କରାଯାଇପାରେ ।

ଅନ୍ୟପକ୍ଷରେ ରିୟାଙ୍କ ବାପା-ମାଆଙ୍କୁ ସିବିଆଇ ଜେରା କରିଛି । ଲଗାତର ୧୩ ଦିନ ଧରି ସିବିଆଇ ତନାଘନା ପରେ ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି ।

Leave A Reply

Your email address will not be published.