Latest Odisha News

ରିୟା ଚକ୍ରବର୍ତ୍ତୀଙ୍କୁ ସାଢ଼େ ୧୦ ଘଣ୍ଟା ଘାଣ୍ଟିଲା ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମାରାଥନ୍ ଜେରା କରିଛି ସିବିଆଇ । ଗତକାଲି ପ୍ରଥମ ଦିନରେ ସାଢ଼େ ୧୦ ଘଣ୍ଟା ଧରି ଜେରା ହୋଇଥିଲା । ରାତି ୯ଟା ବେଳେ ମୁମ୍ବାଇ ସ୍ଥିତ ଡିଆରଡିଓ ଗେଷ୍ଟ ହାଉସରୁ ବାହାରିଥିଲେ ରିୟା ଚକ୍ରବର୍ତ୍ତୀ ।

ପଚରାଉଚରା ପରେ ସାନ୍ତାକ୍ରୁଜ୍ ପୋଲିସ ଷ୍ଟେସନ ଯାଇଥିଲେ ରିୟା । ସେଠାରୁ ପୋଲିସ ସୁରକ୍ଷା ଭିତରେ ଘରେ ପହଞ୍ଚିଥିଲେ । ଆଗକୁ ପୁଣି ହାଜର ହୋଇପାରନ୍ତି ରିୟା ଚକ୍ରବର୍ତ୍ତୀ । ସମନ୍ କରିପାରେ ସିବିଆଇ ।

ଗତକାଲି ରିୟାଙ୍କ ବ୍ୟତୀତ ସୁଶାନ୍ତଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥ ପିଠାନୀ, ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡା, କୁକ୍ ନୀରଜ, ଦୀପେଶ ସାଓ୍ୱନ୍ତ, କେଶକଙ୍କୁ ବି ପଚରାଉଚରା କରିଛନ୍ତି ସିବିଆଇ ଅଧିକାରୀ । ସିଦ୍ଧାର୍ଥ ପିଠାନୀ ଓ ଦୀପେଶ ସାଓ୍ୱନ୍ତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସରକାରୀ ସାକ୍ଷୀ ହେବାକୁ ସିବିଆଇକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.