Latest Odisha News

ରାଜ୍ୟରେ ବଡ଼ ଧରଣର ସିବିଆଇ ଚଢଉ, ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ୍ ନେଇ ରେଡ୍‌

ଭୁବନେଶ୍ୱର: ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ୍‌। ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ୍ ନେଇ ରେଡ୍‌ ଚାଲିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ ସ୍ଥାନରେ ରେଡ୍‌ କରୁଛି ସିବିଆଇ। କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ, ନବରଙ୍ଗପୁର ଅଞ୍ଚଳର ମୋଟ ୬୭ଟି ସ୍ଥାନରେ ଚଢାଉ ଜାରି ରହିଛି।

ରେଡ୍‌ରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ଅଛନ୍ତି। ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା। ପ୍ରାର୍ଥୀଙ୍କ ଭିତରୁ ୬୩ ଜଣ ଜାଲ୍‌ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ଆସିଥିଲା। ଆନ୍ତଃରାଜ୍ୟ ଗ୍ୟାଙ୍ଗ ଜାଲ ସାର୍ଟିଫିକେଟ ଯୋଗାଇ ଥିବା ନେଇ ସୂଚନା ମିଳିଛି।

ଏହି ଘଟଣାରେ ୨୦୨୩ ମେ ୯ ତାରିଖରେ ମାମଲା ଦାୟର କରିଥିଲା ସିବିଆଇ। ସୂଚନା ଅନୁଯାୟୀ ୧୩୮୨ଟି ଗ୍ରାମିଣ ଡାକ ସେବକ ପୋଷ୍ଟରେ ଅନିୟମିତତା କରାଯାଇଥିଲା। ଆଜି ପ୍ରାୟ ସକାଳ ସମୟରେ ଆରମ୍ଭ ହୋଇଛି ଏହି ରେଡ। ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ରେଡ ଜାରି ରହିଛି। ଏହି ରେଡରେ ପାଖାପାଖି ୩୦ରୁ ଅଧିକ ଗାଡି ବ୍ୟବହାର କରାଯାଇଛି। ଗତକାଲି ଠାରୁ ଏହି ରେଡ ଜାରି ରହିଥିବା ବେଳେ ୨୭ଜାନୁୟାରୀ ୨୦୨୩ରେ ବାହାରିଥିଲା ଏହି ସବୁ ପୋଷ୍ଟ। ଏଥିରେ କୌଣସି ରାଜନୈତିକ ଲିଙ୍କ ରହିଥିବା ନେଇ ସନ୍ଦେହ କରାଯାଇ ଯାଞ୍ଚ ଆରମ୍ଭ କରାଯାଇଛି।

Comments are closed.