ଭୁବନେଶ୍ଵର: ଶିଶୁ ଚାଲାଣ ମାମଲାରେ ରାଜଧାନୀ ଦିଲ୍ଲୀ ଏନସିଆରରେ ଜାରି ରହିଛି ସିବିଆଇ ଚଢାଉ । ଏହି ସମୟ ମଧ୍ୟରେ, ସିବିଆଇ ୭-୮ ପିଲାଙ୍କୁ ଉଦ୍ଧାର କରଛି। ଏହି ଅପରାଧରେ ସହିତ ଜଡିତ କିଛିଜଣ ଲୋକଙ୍କୁ ମଧ୍ୟ ଗିରଫ କରିଛି ଅନୁସନ୍ଧାନକାରୀ ସଂସ୍ଥା । ଶିଶୁ ଚାଲାଣ ମାମଲାରେ ଏମାନଙ୍କୁ ପଚରାଉଚରା କରୁଛି ଦଳ ।
ସୂଚନା ଅନୁସାରେ, ଦିଲ୍ଲୀରେ ପିଲା ଚୋରି ମାମଲା ବଢ଼ିଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ସିବିଆଇ ଏନେଇ ଛାନଭିନ ଆରମ୍ଭ କରିଥିଲା। ଗତକାଲିଠୁ ଏଯାବତ୍ ସିବିଆଇ ଟିମ୍ ବିଭିନ୍ନ ସ୍ଥାନରେ ରେଡ କରି ଏକ ଘରୁ ଦୁଇ ଜଣ ନବଜାତ ଶିଶୁଙ୍କ ସମେତ ମୋଟ ୭ ରୁ ୮ଜଣ ଶିଶୁଙ୍କୁ ଉଦ୍ଧାର କରିଛି। ସିବିଆଇ ଦ୍ୱାରା ଅଟକ ରହିଥିବା ଲୋକମାନଙ୍କ ମଧ୍ୟରେ ଡାକ୍ତରଖାନାର ୱାର୍ଡ ବୟ ସମେତ କିଛି ମହିଳା ଏବଂ ପୁରୁଷ ଅଛନ୍ତି । ଅଧିକ ତଥ୍ୟ ପାଇଁ ଏହି ସମସ୍ତଙ୍କୁ ପଚରାଉଚରା କରୁଛି ସିବିଆଇ ।
ସିବିଆଇର କହିବାନୁସାରେ, ଗତ ଏକ ମାସ ଭିତରେ ପ୍ରାୟ ୧୦ଜଣ ଶିଶୁଙ୍କୁ ବିକ୍ରି କରାଯାଇଛି । ନବଜାତ ଶିଶୁ ମାନଙ୍କୁ ୪ ରୁ ୫ଲକ୍ଷ ଟଙ୍କାରେ ବିକ୍ରି କରାଯାଉଛି । ଏହି ଗ୍ୟାଙ୍ଗର ଲିଙ୍କ ଅନେକ ରାଜ୍ୟ ପର୍ଯ୍ୟନ୍ତ ବ୍ୟାପିଛି । ଅନେକ ବଡ ବଡ ଡାକ୍ତରଖାନା ମଧ୍ୟ ବର୍ତ୍ତମାନ ସିବିଆଇ ସ୍କାନରରେ ଅଛନ୍ତି । ଦିଲ୍ଲୀର କିଛି ବଡ ବଡ ଡାକ୍ତରଖାନାରୁ ଶିଶୁମାନଙ୍କ ନିଖୋଜ ଖବର ସାମ୍ନାକୁ ଆସିଥିଲା । ଏହା ପରେ ସିବିଆଇ ଅନେକ ସ୍ଥାନରେ ଚଢାଉ କରି ଜଣେ ମହିଳାଙ୍କ ସମେତ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ।
Comments are closed.