Latest Odisha News

ସେପ୍ଟେମ୍ବର ୨୮ରେ ରିଲିଜ୍ ହେବ ପ୍ରଭାସଙ୍କ ‘ସାଲାର’ , ଆମେରିକାରେ ପ୍ରି ବୁକିଂରେ କଲା ରେକର୍ଡ଼

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଭିନେତା ପ୍ରଭାସଙ୍କ ଅଭିନିତ ଫିଲ୍ମ ‘ସାଲାର’ ସେପ୍ଟେ୍ଟମ୍ବର ୨୮ ତାରିଖରେ ରିଲିଜ୍ ହେବ । ରିଲିଜ୍ ପୂର୍ବରୁ ଆମେରିକାରେ ଏହାର ଆଡ଼ଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି । ଇତିମଧ୍ୟରେ ଏହା ବକ୍ସ ଅଫିସରେ ୪୦୦ ହଜାର ଡଲାର ରୋଜଗାର କରିଛି । କୁହାଯାଉଛି ଯେ ଫିଲ୍ମର ଓପେନିଂ ରେକର୍ଡ ଭାଙ୍ଗିପାରେ ।

ଫିଲ୍ମ ‘ସାଲାର’ରେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ । ଏଥିରେ ପ୍ରଭାସଙ୍କ ସହ ସମେତ ପୃଥ୍ୱୀରାଜ ସୁକୁମାରନ୍‌, ଶ୍ରୁତି ହାସନ, ଈଶ୍ୱରୀ ଏବଂ ଜଗପତି ବାବୁ ପ୍ରମୁଖ ଭୂମିକାରେ ନଜର ଆସିବେ । ପୂର୍ବରୁ ପ୍ରଭାସଙ୍କ ‘ଆଦିପୁରୁଷ’ ଏତେଟା ସଫଳତା ପାଇ ନ ଥିଲା । ହେଲେ ଏହା ପ୍ରଭାସଙ୍କ ଲୋକପ୍ରିୟତାରେ କୌଣସି ପ୍ରଭାବ ପକାଇ ନ ଥିଲା । ଫିଲ୍ମ ସାଲାର ରିଲିଜ୍ ହେବାର ଆହୁରି ଏକ ମାସ ବାକି ଅଛି, କିନ୍ତୁ ଆମେରିକାରେ ପ୍ରି-ବୁକିଂର ନୂଆ ରେକର୍ଡ ସୃଷ୍ଟି କରିଛି । ଆମେରିକାରେ ଆଡ୍‌ଭାନ୍ସ ବୁକିଂରେ ୪୦୦ ଡଲାର୍ ଅତିକ୍ରମ କରି ସାରିଲାଣି ।

ସବୁଠୁ ବଡ଼ କଥା ହେଉଛି ଫିଲ୍ମର କୌଣସି ଗୀତ କିମ୍ବା ଟ୍ରେଲର ରିଲିଜ୍ ଏ ପର୍ଯ୍ୟନ୍ତ ହୋଇନାହିଁ । କେବଳ ଟିଜରରୁ ପ୍ରଭାସଙ୍କୁ ନେଇ ଲୋକଙ୍କ ଭିତରେ ଉତ୍ସାହ ବଢିବାରେ ଲାଗିଛି । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଫିଲ୍ମର ଟ୍ରେଲର ଓ ଗୀତ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି ।

ଫିଲ୍ମ ‘ସାଲାର’ ୫ଟି ଭାଷାରେ ରିଲିଜ୍ କରିବ । ଏହା ୧୯୭୯ ପରଦାରେ ପ୍ରଦର୍ଶିତ ହେବ । କାରଣ ଏହା ପ୍ରଭାସଙ୍କ ଜନ୍ମ ବର୍ଷ । ସେ ୨୩ ଅକ୍ଟୋବର ୧୯୭୯ରେ ଜନ୍ମଗ୍ରହଣ କରିଥିଲେ ।

Leave A Reply

Your email address will not be published.