Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ କେସ୍: ପିଏମଓକୁ ଷ୍ଟାଟସ ରିପୋର୍ଟ ପଠାଇଲା ସିବିଆଇ, ସ୍ୱାମୀ ଅନୁରୋଧ କରିଥିଲେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ କେସର ଷ୍ଟାଟସ ରିପୋର୍ଟ ସିବିଆଇ ପିଏମଓ ନିକଟକୁ ପଠାଇଛି । ଏହି ରିପୋର୍ଟ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ମଧ୍ୟ ଦିଆଯାଇଛି । ସୁଶାନ୍ତ କେସର ତଦନ୍ତ କେତେ ବାଟ ଗଲା ଏବଂ ଏହାର ଅପଡେଟ ସମ୍ପର୍କରେ ଜାଣିବା ପାଇଁ ସ୍ୱାମୀ ପିଏମଓକୁ ପତ୍ର ଲେଖିଥିଲେ । ଏହା ପରେ ସିବିଆଇ ଓକିଲ ଇଶୀକରଣ ଭଣ୍ଡାରୀ ରିପୋର୍ଟ ପଠାଇବା ସହ ଏହାକୁ ସୋସିଆଲ ସାଇଟରେ ମଧ୍ୟ ଶେୟାର କରିଛନ୍ତି ।

ସିବିଆଇ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛି ଆମେ ସବୁ ଦିଗକୁ ଭଲ ଭାବେ ଯାଂଚ କରୁଛୁ । ଅଲୀଗଡ, ଫରିଦାବାଦ, ହାଇଦ୍ରାବାଦ, ମୁମ୍ବାଇ, ମନସେର ଓ ପାଟନାରେ ଯାଂଚ କରି ସାରିଛୁ । ଏହା ପରେ ଏଜେନ୍ସି ଅତ୍ୟାଧୁନିକ ଜ୍ଞାନକୌଣଳ ବ୍ୟବହାର କରି ଆଉ ଏକ ଯାଂଚ କରିବ ।  ପୂର୍ବରୁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମଧ୍ୟ ତଦନ୍ତକୁ ଶୀଘ୍ର ଶେଷ କରିବା ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.