Latest Odisha News

BREAKING NEWS

ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ ଗଠନ ହେବ ସ୍ୱତନ୍ତ୍ର ପୋଲିସ ୱିଙ୍ଗ୍

ଭୁୂବନେଶ୍ୱର-ମହିଳା ଓ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧ ଓ ହିଂସା ସଂପର୍କିତ ମାମଲାର ତଦନ୍ତ ତଥା ତଦାରଖ ପାଇଁ ପୋଲିସରେ ଏକ ସ୍ୱତନ୍ତ୍ର ୱିଙ୍ଗ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି ।

ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଉଦଯାପନୀ ଉତ୍ସବକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ଓ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧକୁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି । ଏବେ ସ୍ୱତନ୍ତ୍ର ଓି୍ୱଙ୍ଗ ଗଠନ ଦ୍ୱାରା ମହିଳା ଓ ଶିଶୁମାନଙ୍କୁ ଉଚିତ ଓ ତ୍ୱରିତ ନ୍ୟାୟ ମିଳିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୋଲିସ ଉପରେ ପଡୁଥିବା କାମକୁ ଦେଖି ସିଭିଲସ ପୋଲିସକୁ ଦୃଢ କରା ଯାଉଛି । ନୂଆ ୬ଟି ଥାନା କାର୍ଯ୍ୟକ୍ଷମ ହୋଇଥିବା ବେଳେ ୯୦୫ଟି ବିଭିନ୍ନ ପଦବୀ ମଂଜୁର କରା ଯାଇଛି ।
ରାଜ୍ୟର ମୋଟାମୋଟି ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିବା ବେଳେ କୋଭିଡ ସମୟରେ ପୋଲିସର କାମକୁ ବହୁତ ପ୍ରଶଂସା କରିଛନ୍ତି । କୋଭିଡରେ ଯେଉଁ ପୋଲିସ ସହିଦ ହୋଇଛନ୍ତି, ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ମଧ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମାଓବାଦୀଙ୍କୁ ଦମନ କରିବାରେ ପୋଲିସ ବିଶେଷ କରି ମାଲକାନଗିରି ଓ କନ୍ଧମାଳ ଏସ୍‌୍‌ପିଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.