Latest Odisha News

BREAKING NEWS

ପତ୍ନୀଙ୍କ ପରେ ଅଭିଷେକଙ୍କ ଶାଳୀଙ୍କୁ ସିବିଆଇର ସମନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କ ପରେ ଏବେ ଶାଳୀ ମେନକା ଗମ୍ଭୀରଙ୍କୁ ସିବିଆଇ ସମନ ଜାରୀ କରିଛି । କୋଇଲା ଚୋରା ଚାଲାଣ ନେଇ ୨୪ ଘଂଟା ମଧ୍ୟରେ ମେନକାଙ୍କୁ ହାଜର ହେବା ପାଇଁ ସିବିଆଇ ପକ୍ଷରୁ କୁହାଯାଇଛି ।

ରିପୋର୍ଟ ମୁତାବକ କୋଇଲା ମାଫିଆମାନେ କ୍ରମାଗତ ଭାବେ ତୃଣମୂଳ କଂଗ୍ରେସର ନେତାମାନଙ୍କୁ ନିୟମିତ ଟଙ୍କା ଦେଉଥିଲେ । ଏହି ଘଟଣାର ତଦନ୍ତ ଏବେ ସିବିଆଇ କରୁଛି । ଫେରାର ଯୁବ ନେତା ବିନୟ ମିଶ୍ରଙ୍କ ମାଧ୍ୟମରେ ଟଙ୍କା କାରୋବାର ହେଉଥିଲା । ମମତା ଏବଂ ଅଭିଷେକ ସିବିଆଇ ସମନ ନେଇ ବିଜେପିଙ୍କୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ସିବିଆଇକୁ ବ୍ୟବହାର କରୁଛି ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.