Latest Odisha News

BREAKING NEWS

ତୈଳ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀଙ୍କ ପତ୍ର

ନୂଆଦିଲ୍ଲୀ: ଦେଶରେ ତୈଳ ଦର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତା ଜାହିର କରିଛନ୍ତି ।  ପେଟ୍ରୋଲ-ଡିଜେଲ୍‌ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ସୋନିଆ ଗାନ୍ଧୀ । ସେ ଲେଖିଛନ୍ତି ଦର ବୃଦ୍ଧି ଐତିହାସିକ ଏବଂ ଅବ୍ୟବହାରିକ । 

ଏହାସହ ଆହୁରି ଲେଖିଛନ୍ତି, ଡିଜେଲ-ପେଟ୍ରୋଲ ଦର କମାଇ ମାଧ୍ୟମ ଏବଂ ଗରିବ ଲୋକଙ୍କୁ ସରକାର ଆଶ୍ବସ୍ତି ଦିଅନ୍ତୁ । ଗ୍ୟାସ ପାଖରୁ ପେଟ୍ରୋଲ ପର୍ଯ୍ୟନ୍ତ ଦର ବୃଦ୍ଧି ଯୋଗୁ ଦେଶର ପ୍ରତ୍ୟେକ ନାଗରିକ ସଙ୍କଟକୁ ଠେଲି ହୋଇଯାଇଛନ୍ତି । 

ଦେଶରେ ମିଡିଲ କ୍ଲାସ ଏବଂ ଗରିବ ପରିବାର କଠିନ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଘରୋଇ ଜିନିଷର ଦର ବୃଦ୍ଧି ସେମାନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ତୈଳ ଦରରେ ଐତିହାସିକ ବୃଦ୍ଧି ହୋଇଛି । ଏପରିକି ଦେଶରେ ଅନେକ ସ୍ଥାନ​‌ରେ ପେଟ୍ରୋଲ ଦାମ ୧୦୦ ପାର କରିଛି ।

ସୋନିଆ ଆହୁରି ଲେଖିଛନ୍ତି, ଜିଡିପି ଯେଉଁଭଳି ଭାବେ ଖସୁଛି ଏବଂ ତୈଳ ଦର ବୃଦ୍ଧି  ହେଉଛି ସରକାର ନିଜର ଦୋଷକୁ ପୂର୍ବ ସରକାରଙ୍କ ଉପରେ ଲଦୁଛନ୍ତି। ଇନ୍ଧନ ଦାମ କମାଇ ଏହାର ଲାଭ ମଧ୍ୟମ, ବେତନଭୋଗୀ, କୃଷକ ଏବଂ ଗରିବଙ୍କୁ ଦିଅ ବୋଲି ସରକାରଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.