Latest Odisha News

BREAKING NEWS

ଆସନ୍ତା ଫେବୃଆରୀ ୨୮ରେ ସହିଦ କପ: ଏକାଠି ହେବେ ଅଭିନେତା, ରାଜନେତା 

ଭୁବନେଶ୍ୱର: ଫ୍ରେବୃଆରୀ ୨୮ ତାରିଖ ରବିବାର ଦିନ ଜୟଦେବ ବିହାର ଏନ-6 ପଡିଆ ଠାରେ “ସହୀଦ କପ” ଅନୁଷ୍ଠିତ ହେବାକୁ ଯାଉଛି l ଏଥିରେ ମିଡିଆ, ଅଭିନେତା, ରାଜନେତା ଏବଂ ସଚିବାଳୟ ଅଧିକାରୀ ଟିମ, ଏହିପରି ୪ ଗୋଟି ଟିମ ଭାଗ ନେବାର କାର୍ଯ୍ୟକ୍ରମ ରହିଛି l

ପରସ୍ପର ମଧ୍ୟରେ ଭାଇ ଚାରାର ବାର୍ତା ନେଇ ଏହି କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ l ଏନେଇ ସହିଦ ଭଗତ ସିଂହ ଯୁବ ପରିଷଦ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ପରିଷଦର କର୍ମକର୍ତ୍ତାମାନେ ମତ ବ୍ୟକ୍ତ କରିଛନ୍ତି l ଭୁବନେଶ୍ୱରର ଅଗ୍ରଣୀ ସଂଗଠନ ସହୀଦ ଭଗତ ସିଂ ଯୁବ ପରିଷଦ ଏହାକୁ ଆୟୋଜନ କରୁଅଛି l 

ଏହି ମ୍ୟାଚ ସକାଳ ୭.୩୦ରେ ଆରମ୍ଭ ହୋଇ ସେହି ଦିନ ଶେଷ ହେବ l ପ୍ରତ୍ୟେକ ଟିମ ୧୦ ଓଭର ମ୍ୟାଚ ଖେଳିବେ l ଏହି ଟୁର୍ଣ୍ଣାମେଣ୍ଟରେ ଅଭିନେତା, ରାଜନେତା, ସାମ୍ବାଦିକ ଓ ସେକ୍ରେଟାରୀ ଟିମ ଯୋଗ ଦେବା ସହ ବରିଷ୍ଠ ନେତା ଓ ଅଭିନେତା ଉଦଘାଟନ ଉତ୍ସହବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ ପରିଷଦ ସଭାପତି ରଶ୍ମିରଂଜନ କାନୁନଗୋ ଓ ସମ୍ପାଦକ ସ୍ୱପ୍ନେନ୍ଦୁ ମହାନ୍ତି କହିଛନ୍ତି l 

କରୋନା ମହାମାରୀ ସମୟରେ ପରିଷଦର କର୍ମକର୍ତ୍ତାମାନେ ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ, ମାସ୍କ, ସାନିଟାରୀ ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟି ଲୋକମାନଙ୍କୁ ସହଯୋଗର ହାତ ବଢ଼େଇଥିଲେ l ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ୱାରା କରୋନାକୁ ହରାଇ ଆମେ ଆଗକୁ ବଢିବାକୁ ପ୍ରୋତ୍ସାହନ ଯୋଗାଇବ ବୋଲି ରଶ୍ମିରଂଜନ କାନୁନଗୋ କହିଛନ୍ତି l ଏହି ଟୁର୍ନାମେଣ୍ଟର ଜର୍ଶୀ ଆଜି ଲୋକାର୍ପଣ କରାଯାଇଛି l ଏହି ଲୋକାର୍ପଣ ଉତ୍ସହବରେ ଅଭିନେତା କ୍ୟାପଟେନ ରମେଶ ବାରିକ, ମିଡ଼ିଆ ଟିମର ଦେବଶିଷ ସୁନ୍ଦରାୟ, ରାଜନେତା ଟିମର ବାସୁଦେବ ଭଟ୍ଟ ଓ ସଚିବାଳୟ ଟିମ ଅମରେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l 

Leave A Reply

Your email address will not be published.