Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା ସିବିଆଇ

ଉତ୍ତରପ୍ରଦେଶ : ଅଖିଳ ଭାରତୀୟ ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ସିବିଆଇକୁ ତଦନ୍ତର ପରିସରଭୁକ୍ତ କରାଯାଇଛି । ଗତକାଲି ୟୁପି ସରକାର ସିବିଆଇକୁ ତଦନ୍ତ ସୁପାରିସ କରିବା ପରେ ଓ ନରେନ୍ଦ୍ରଗିରିଙ୍କ ମୃତ୍ୟୁ ଘଟଣାର ଏଫଆଇଆର ରୁଜୁ କରାଯାଇଥିଲା । ଏନେଇ ଆଜିଠାରୁ ସିବିଆଇ ତଦନ୍ତ ଆରମ୍ଭ କରିଛି । ଏଥିପାଇଁ ୬ ଜଣିଆ ଟିମ୍ ଗଠିତ ହୋଇଛି ।

ସିବିଆଇର ଟିମ୍ ଖୋଳତାଡ କରିବାରେ ଲାଗିପଡ଼ିଛନ୍ତି । ତଦନ୍ତକାରୀ ଟିମ୍ ସଦସ୍ୟମାନେ ଦିଲ୍ଲୀରୁ ପ୍ରୟାଗରାଜ ଅଭିମୁଖେ ଯାଇଛନ୍ତି। ସେମାନେ ସେଠାରେ ପହଁଚି ପୋଲିସ ଠାରୁ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ସହିତ ଜଡିତ ସମସ୍ତ କାଗଜପତ୍ର ହାସଲ କରିବେ । ପୋଲିସ ଠାରୁ ଦସ୍ତାବିଜ ପାଇବା ପରେ ସିବିଆଇ ପୁରା ଘଟଣାରେ ଗିରଫ ହୋଇଥିବା ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରି ଓ ହନୁମାନ ମନ୍ଦିରର ପୂଜକଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି।

ବାଘମ୍ବରି ମଠରୁ ସନ୍ଦେହଜନକ ଅବସ୍ଥାରେ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ପାଖରେ ଏକ ୧୫ ପୃଷ୍ଟାର ସୁଇସାଇଡ ନୋଟ୍ ମଧ୍ୟ ଛାଡିଦେଇଯାଇଥିଲେ ନରେନ୍ଦ୍ର ଗିରି । ତାଙ୍କ ମୃତ୍ୟୁ ଏବେ ରହସ୍ୟ ଘେରରେ ରହିଛି।

Leave A Reply

Your email address will not be published.