Latest Odisha News

BREAKING NEWS

ଧଳାଜହର କାରବାର,୧ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ

ଟାଙ୍ଗି: ବେଧଡକ ଚାଲିଛି ଧଳାଜହର କାରବାର । ଟାଙ୍ଗିରୁ ପୁଣି ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ । ଚଢାଉରେ ଜଣେ ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଏହି ବ୍ୟବସାୟୀଙ୍କଠାରୁ ଏକ ଲକ୍ଷ ଟଙ୍କାର ଧଳା ଜହର ଜବତ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଛଣଗିରି ଗ୍ରାମର ଅରୁଣ ବେହେରା ବୋଲି ଜଣାପଡିଛି ।

ଗିରଫ ଅଭିଯୁକ୍ତ ଦୀର୍ଘ ଦିନ ଧରି ଧଳା ଜହର ବ୍ୟବସାୟ କରି ଆସୁଥିଲେ । ଆଜି ଫେରାର ହେଉଥିବା ବେଳେ ଧରାପଡି ଯାଇଥିଲା ଅଭିଯୁକ୍ତ ଅରୁଣ । ଗିରଫ ପରେ ଅଭିଯୁକ୍ତ ଜଣଙ୍କ କେଉଁଠାରୁ ଏହି ଧଳା ଜହର ଆଣୁଥିଲା । ଏଥିରେ ଆଉ କିଏ-କିଏ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ କରୁଛନ୍ତି ଅବକାରୀ ବିଭାଗ ।

Leave A Reply

Your email address will not be published.