Latest Odisha News

BREAKING NEWS

ବିବନ ବିଶ୍ବାଳ ଗିରଫ ପରେ,ପୋଲିସ କମିଶନରଙ୍କୁ ଭେଟିଲେ CBIର ୨ ଅଧିକାରୀ, ତଦନ୍ତର ଅଗ୍ରଗତି ନେଇ ଆଲୋଚନା 

ଭୁବନେଶ୍ବର: ଦୀର୍ଘ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଧରାପଡିବା ପରେ ଘଟଣାର ତଦନ୍ତ କରୁଥିବା ସିବିଆଇ ତତ୍ପରତା ଦେଖାଇଛି । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆସି ଭେଟିଛନ୍ତି ସିବିଆଇର ୨ ଅଧିକାରୀ । ତଦନ୍ତର ଅଗ୍ରଗତି ନେଇ ପୋଲିସ କମିଶନରଙ୍କ ସହ ଆଲୋଚନା କରିଛନ୍ତି ଉଭୟ ଅଧିକାରୀ । ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହେବା ପରେ ସିବିଆଇ ଟିମ୍ ଆଗକୁ କଣ ପଦକ୍ଷେପ ନେବ ସେ ନେଇ ଆଲୋଚନା କରିଛନ୍ତି ସିବିଆଇର ଦୁଇ ଅଧିକାରୀ ।

ବହୁ ଚର୍ଚ୍ଚିତ ୧୯୯୯ ବାରଙ୍ଗ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ପାଇଁ ଦିନେ ରାଜ୍ୟର ରାଜନୀତି ହୁଲସ୍ତୁଲ ହୋଇଥିଲା । ସିବିଆଇ ଆଖିରେ ଧୂଳି ଦେଇ ୨୨ ବର୍ଷ ଧରି ବୁଲୁଥିଲା ବିବନ । ମାଡିବସିଲା କମିଶନରେଟ୍‌ ପୋଲିସ । ବିବନକୁ ପୁନେରୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।

 

 

 

 

Leave A Reply

Your email address will not be published.