Latest Odisha News

BREAKING NEWS

ହୋଲି ଛୁଟିରେ ବିହାର ଆସୁଥିବା ଲୋକଙ୍କର ଷ୍ଟେସନ ଓ ବିମାନବନ୍ଦରରେ ହେବ କରୋନା ଯାଞ୍ଚ

ପାଟନା: ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିହାର ସରକାର ଆଲର୍ଟ ହୋଇଯାଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହୋଲି ଛୁଟିରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କରୋନା ଯାଞ୍ଚ ଅନିବାର୍ଯ୍ୟ କରାଯାଇଛି ।

ହୋଲି ପର୍ବରେ ଲକ୍ଷ ଲକ୍ଷ ସଂଖ୍ୟାରେ ପରଦେଶୀ ବିହାର ଆସିଥାନ୍ତି। ପରଦେଶୀଙ୍କ ଆଗମନ ସରକାରଙ୍କ ଚିନ୍ତା ବଢ଼ାଇଛି । ଗତବର୍ଷ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିଲା । ବର୍ଷେ ପରେ ପୁଣି ବାହାରୁ ଅନେକ ସଂଖ୍ୟାରେ ଲୋକ ବିହାର ଆସୁଛନ୍ତି । ପାଟନା ସିଭିଲ୍ ସର୍ଜନ୍ ବିଭା କୁମାରୀ ସିଂହ ସ୍ପଷ୍ଟ କରିଛନ୍ତି, ଏବେଠାରୁ ଡାକ୍ତରଙ୍କ ତାଲିକା ପ୍ରସ୍ତୁତ କରାଯାଉଛି । ଏହି ଡାକ୍ତରଙ୍କୁ ସମସ୍ତ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ବିମାନବନ୍ଦରରେ ନିୟୋଜିତ କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ବାହାରୁ ଆସୁଥିବା ଲୋକେ ଯାଞ୍ଚ ପାଇଁ ଯେପରି ଅସ୍ବୀକାର ନ କରନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗକୁ ସାହାଯ୍ୟ କରିବେ । ଡାକ୍ତରଙ୍କ ଟିମ ସବୁ ସାର୍ବଜନିକ ସ୍ଥାନରେ ମାଜିଷ୍ଟ୍ରେଟ ଓ ପୋଲିସବଳ ନିୟୋଜିତ କରାଯିବ । ଏମାନେ ବାହାରୁ ଆସୁଥିବା ଲୋକଙ୍କ ଥର୍ମାଲ ସ୍କ୍ରିନିଙ୍ଗ୍ ଓ କୋଭିଡ୍ ଯାଞ୍ଚ କରିବେ ।

ସ୍ୱାସ୍ଥ୍ୟ ବିଭାଗ ସବୁ ହସ୍ପିଟାଲକୁ ମଧ୍ୟ ଆଲର୍ଟ କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ସବୁ ଜିଲ୍ଲା ସିଭିଲ ସର୍ଜନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ସମୀକ୍ଷା ବୈଠକ କରିଛନ୍ତି ।

Leave A Reply

Your email address will not be published.