Latest Odisha News

BREAKING NEWS

ସୁଶାନ୍ତ କେସ୍ : ଜେରା ବେଳେ ରିୟାଙ୍କୁ କେଉଁ କେଉଁ ପ୍ରଶ୍ନ ପଚାରିପାରେ ସିବିଆଇ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ସିବିଆଇ ହାତକୁ ଯିବା ପରେ ତଦନ୍ତ ପ୍ରକ୍ରିୟା ଜୋର ଧରିଛି । ଏକ ପ୍ରତିଷ୍ଠିତ ଟିଭି ଚ୍ୟାନେଲ ଟାଇମ୍ସ ନାଓ ମୁତାବକ ସିବିଆଇ ରିୟା ଚକ୍ରବର୍ତିଙ୍କଠାରୁ କେତେକ ପ୍ରଶ୍ନର ଉତର ଚାହିଁବ । ଏହା ପରେ ସିବିଆଇ କେସର ଦିଗକୁ ଭଲ ଭାବେ ପରଖିପାରିବ ବୋଲି ଆଶା କରାଯାଉଛି । ଆସନ୍ତୁ ଜାଣିବା ସେ ପ୍ରଶ୍ନଗୁଡିକ କଣ ?

୧.ସୁଶାନ୍ତ ଓ ଆପଣଙ୍କ ଭିତରେ କଣ ଘଟିଲା ଯାହା ଫଳରେ ୮ ଜୁନରେ ଘର ଛାଡି ପଳାଇଗଲେ ? ୨.ସୁଶାନ୍ତ କୌଣସି କଥା ନେଇ ବ୍ୟସ୍ତ ଥିଲେ କି? ୩. ସୁଶାନ୍ତଙ୍କ ମୃତ୍ୟୁ ଦିନ (୧୪ ଜୁନ) ଆପଣ କେଉଁଠାରେ ଥିଲେ ଓ କଣ କରୁଥିଲେ? ୪.ସୁଶାନ୍ତ କେଉଁ ଔଷଧ ଖାଉଥିଲେ? ୫. ସୁଶାନ୍ତଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଯାଇଥିଲେ? ୬.ହିନ୍ଦୁଜା ଡାକ୍ତରଖାନା ସୁଶାନ୍ତ କାହିଁକି ଯାଇଥିଲେ?୭. ପରିବାରବର୍ଗଙ୍କୁ ଏ ସମ୍ପର୍କରେ ଜଣାଇଥିଲେ? ୮.ସୁଶାନ୍ତଙ୍କ ସହ କୌଣସି ଫିଲ୍ମ ସାଇନ କରିଥିଲେ? ୯. ତାଙ୍କ ଅର୍ଥ ସମ୍ପର୍କୀତ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିଲେ କି ? ୧୦.ସୁଶାନ୍ତଙ୍କ ସହ ଆପଣଙ୍କ ସମ୍ପର୍କ କିପରି ଥିଲା ? ୧୧. ମୃତ୍ୟୁ ପରେ ତାଙ୍କ ପରିବାରବର୍ଗଙ୍କୁ ଜଣାଇଥିଲେ? ୧୨. ତାଙ୍କ ଘରକୁ ଯାଇଥିଲେ? ୧୩.କୁପର ଡାକ୍ତରଖାନା ମୁର୍ଦ୍ଦାଘରେ କଣ କରୁଥିଲେ? ୧୪. ମୁମ୍ବାଇ ପୋଲିସ ଆପଣଙ୍କୁ କେତେ ଥର ପଚରା ଉଚରା କରିଛି? ୧୫. ସୁଶାନ୍ତଙ୍କ ସହ ମିଶି ନୂଆ କମ୍ପାନୀ କାହିଁକି କଲେ? ଏହା ବ୍ୟତୀତ ଷ୍ଟାଫଙ୍କୁ କାହିଁକି କାଢ଼ିଲେ, ପିଠାନୀ, ସାମ୍ୟୁଏଲ ମିରାଣ୍ଡଙ୍କ ସହ ସମ୍ପର୍କ, ୟୁରୋପ ଟ୍ରିପରେ କଣ ହୋଇଥିଲା ପ୍ରଶ୍ନର ଉତର ସିବିଆଇ ଖୋଜୁଛି ।

Comments are closed.