Latest Odisha News

BREAKING NEWS

ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସିବିଏସଇର ବଡ଼ ନିଷ୍ପତ୍ତି: ପୁରୁଣା ଢ଼ାଞ୍ଚାରେ ହେବ ପରୀକ୍ଷା

ଭୁବନେଶ୍ୱର  : ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସିବିଏସଇର ବଡ଼ ନିଷ୍ପତ୍ତି । ୨୦୨୨-୨୩ ଶିକ୍ଷାବର୍ଷରେ ପୁରୁଣା ଢ଼ାଞ୍ଚାରେ ହେବ ପରୀକ୍ଷା । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଏକକ ବୋର୍ଡ ପରୀକ୍ଷା କରାଯିବ । ଟର୍ମ-୧ ଓ ଟର୍ମ -୨ ବଦଳରେ ଗୋଟିଏ ବୋର୍ଡ ପରୀକ୍ଷା ହେବ । ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢାଯିବା ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି । କରୋନା ଯୋଗୁ ଦୁଇବର୍ଷ ହେବ ପିଲାଙ୍କ ପାଠପଢା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା ।

BjdElectrycity

ମୋଟ୍ ସିଲାବସ୍ ପଢାଯିବା ବଦଳରେ ୩୦ ପ୍ରତିଶତ ସିଲାବସ୍ କାଣ୍ଟଛାଣ୍ଟ କରାଯାଇ ପଢାଯାଇଥିଲା । ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଅଫଲାଇନ୍ ପାଠପଢା ମଧ୍ୟ ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷାବର୍ଷ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ଶତପ୍ରତିଶତ ସିଲାବସରେ ପିଲାଙ୍କୁ ଶିକ୍ଷା ଦିଆଯିବ । ସିବିଏସ୍ଇ ବୋର୍ଡ ଆଧାରରେ ଓଡ଼ିଶା ବୋର୍ଡ ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ସିଲାବସରେ ପିଲାଙ୍କୁ ପଢାଇବାକୁ ରୂପରେଖ ପ୍ରସ୍ତୁତ କରିଛନ୍ତି ।

ପିଲାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ପରୀକ୍ଷା କରାଯାଇ ପାଠପଢ଼ାକୁ ଅଧିକ ସରଳ କରାଯାଇଥିଲା । ସିବିଏସ୍‌ଇ ପକ୍ଷରୁ ନଭେମ୍ବର/ଡିସେମ୍ବର ମାସରେ ମଲ୍‌ଟି ଚଏସ୍‌ ଫର୍ମାଟରେ ଟର୍ମ-୧ ପରୀକ୍ଷା ହୋଇଥିବା ବେଳେ ଏପ୍ରିଲ ୨୬ରୁ ଟର୍ମ-୨ ପରୀକ୍ଷା କରାଯିବ । ୨୦୨୦ ଜାତୀୟ ଶିକ୍ଷା ନୀତି ଆଧାରରେ ଦୁଇଟି ପରୀକ୍ଷା ଢ଼ାଞ୍ଚା ଜାରି ରହିବ ବୋଲି ଆକଳନ କରାଯାଉଥିଲା । ମାତ୍ର ଏବେ କୌଣସି ପରିବର୍ତ୍ତନ ନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି ।

Leave A Reply

Your email address will not be published.