ନୂଆଦିଲ୍ଲୀ : ପ୍ରକାଶ ପାଇଲା ସିବିଏସଇ ପରୀକ୍ଷା ଫଳ । ଆଜି ପୂର୍ବାହ୍ନରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଘୋଷିତ କରାଯାଇଛି । ପାସ ହାର ୮୭.୩୩ ପ୍ରତିଶତ ରହିଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।
ଛାତ୍ରଛାତ୍ରୀମାନେ ସିବିଏସଇର ଅଫିସିଆଲ ୱେବସାଇଟ cbseresults.nic.in କିମ୍ବା cbse.nic.in ରୁ ପରୀକ୍ଷା ଫଳ ପାଇପାରିବେ । ଝିଅଙ୍କ ପାସହାର ୯୦.୬୮ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ ହାର ୮୪.୬୭ ଥିବା ଜଣାଯାଇଛି । ତେବେ ଗତଥର ଅପେକ୍ଷା ଏଥର ପାସ୍ ହାର ୫% କମ୍ ରହିଛି । ଥିରୁବନନ୍ତପୁରମ୍ ରିଜିଅନରେ ପାସ୍ ହାର ସହ ସର୍ବାଧିକ ୯୯.୯୧% ରହିଛି । ସେହିପରି ଭୁବନେଶ୍ୱର ପାସ ହାର ୮୩.୮୯ ପ୍ରତିଶତ ରହିଛି ।
ରେଜଲ୍ଟ ଜାଣିବାକୁ ହେଲେ ପ୍ରଥମେ https://cbseservices.digilocker.gov.in ୱେବ୍ସାଇଟ୍କୁ ଯାଆନ୍ତୁ ଓ ଆକ୍ଟିଭେଟ୍ ସିବିଏସ୍ଇ ଅପ୍ସନ୍ କ୍ଲିକ୍ କରନ୍ତୁ । ଏହାପରେ ନୂଆ ପେଜ୍କୁ ଯାଇ ‘Get Started With Accunt Confirmation ଅପସନରେ କ୍ଲିକ୍ କରନ୍ତୁ । ତା’ ପରେ ସ୍କୁଲ୍ କୋଡ୍, ରୋଲ୍ ନମ୍ବର, କ୍ଲାସ୍, ସିକ୍ୟୁରିଟି ପିନ୍ ଦେଇ next କ୍ଲିକ୍ କଲେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସ୍କ୍ରିନ୍ରେ ଉପଲ୍ଲବ୍ଧ ହେବ । ମୋବାଇଲ୍ ନମ୍ବର ଦେଇ ‘submit ଅପ୍ସନ୍ କ୍ଲିକ୍ କରନ୍ତୁ। ଏସବୁ ତଥ୍ୟ ଦେବା ପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ। ଓଟିପି ଦେଇ ଆପଣ ଆକାଉଣ୍ଟ ଆକ୍ଟିଭେଟ୍ କରିପାରିବେ। ସେହିପରି ଇସ୍ୟୁଡ ଡକ୍ୟୁମେଣ୍ଟ ଟ୍ୟାବରେ ଆପଣ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟର ମାର୍କସିଟ୍, ସାର୍ଟିଫିକେଟ୍ ଓ ମାଇଗ୍ରେସନ୍ ସାର୍ଟିଫିକେଟ୍ ଦେଖିପାରିବେ।
Comments are closed.