Latest Odisha News

ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା-୨୦୨୪ରେ ସିବିଏସଇ ଆଣିବ ବଡ ପରିବର୍ତ୍ତିନ; ଜାଣନ୍ତୁ, କ’ଣ ରହିଛି ପରିବର୍ତ୍ତନ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଡୁକେଶନ (CBSE) ପକ୍ଷରୁ ୨୦୨୪ ବୋର୍ଡ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ ଆଣୁଥିବା ଘୋଷଣା କରାଯାଇଛି ।

ପରିବର୍ତ୍ତିତ ନିୟମ ଅନୁଯାୟୀ, ୨୦୨୪ ବୋର୍ଡ ପରୀକ୍ଷାରେ  ମଲଟିପୁଲ ଚଏସ(MCQs) ପ୍ରଶ୍ନ ଉପରେ ବେଶି ଗୁରୁତ୍ୱ ଦିଆଯିବ । ଅନ୍ୟପକ୍ଷରେ ଛୋଟ ଏବଂ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ କମ କରାଯିବ ବୋଲି ପିଟିଆଇ ସୂତ୍ରରୁ ଜଣାଯାଇଛି । ଏହି ପରିବର୍ତ୍ତନ ନାଶନାଲ ଏଡୁକେଶ ପଲିସି (ଏନଇପି) ୨୦୨୦ର ଅନୁମତି କ୍ରମେ କରାଯାଇଛି । ଏହାଦ୍ୱାରା ସ୍ମରଣ ଶକ୍ତି ନୁହେଁ ପିଲାଙ୍କ ରଚନାତ୍ମକ ଏବଂ ମହତ୍ୱପୂର୍ଣ୍ଣ ଚିନ୍ତାଧାରାର ବିକାଶ କରାଯାଇ ପାରିବ ।

ଏହି ପରିବର୍ତ୍ତିତ ନିୟମ ୨୦୨୩-୨୪ ଶିକ୍ଷବର୍ଷରୁ ଲାଗୁ କରାଯିବ । ସିବିଏସଇ ନିର୍ଦ୍ଦେଶକ ଜୋସେଫ ଏମାନୁଏଲଙ୍କ କହିବା ଅନଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ପିଲାଙ୍କ ଯୋଗ୍ୟତା ଭିତ୍ତିକ ମୂଲ୍ୟାୟନ କରିବା ପାଇଁ ପରୀକ୍ଷା ଏବଂ ମୂଲ୍ୟାୟନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯିବ ।

ପରିବର୍ତ୍ତିତ ନିୟମ ଅନୁଯାୟୀ, ୫୦ ପ୍ରତିଶତ ଦକ୍ଷତା ଭିତ୍ତିକ MCQs ଏବଂ କେସ ବେସ୍ଡ ,  ପୁସ୍ତକ ଆଧାରିତ ପ୍ରଶ୍ନ ଆସିବ ।  ଏହି ପ୍ରକାର ପ୍ରଶ୍ନ ପୂର୍ବ ବର୍ଷ ୪୦ ପ୍ରତିଶତ ମାର୍କର ପଡୁଥିଲା । ଅତି ସଂକ୍ଷିପ୍ତ ପ୍ରଶ୍ନ ବିଶେଷ କରି MCQs ଧାରାରେ  ପଡିବ । ଏହା ମୋଟ ନମ୍ବରର ୨୦ ପ୍ରତିଶତ ପଡିବ । ସେହିପରି ସଂକ୍ଷିପ୍ତ ଏବଂ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ୪୦ ପ୍ରତିଶତରୁ ୩୦ ପ୍ରତିଶତକୁ କମାଇ ଦଆଯାଇଛି ।

ସେହିପରି ଦ୍ୱାଦଶ ବୋର୍ଡ ପରୀକ୍ଷାରେ ୪୦ ପ୍ରତିଶତ ପ୍ରଶ୍ନ ଦକ୍ଷତା ଭିତ୍ତିକ ହେବ । ଏଥିରେ MCQs, କେସ ବେସଡ୍, ପୁସ୍ତକ ଆଧାରିତ ପ୍ରଶ୍ନ ରହିବ । ପୂର୍ବ ବର୍ଷରେ ଏହା ୩୦ ପ୍ରତିଶତ ଥିଲା ।

 

Comments are closed.