Latest Odisha News

ଜୁଲାଇରେ ହୋଇପାରେ ସିବିଏସ୍ଇ ବୋର୍ଡ ପରୀକ୍ଷା; ଜୁନ୍‌ ୧ରେ ଆସିବ ପରୀକ୍ଷା ଫର୍ମାଟ୍‌

ନୂଆଦିଳ୍ଲୀ: ୨୦୨୧ ବର୍ଷ ସିବିଏସ୍ଇ ବୋର୍ଡ ପରୀକ୍ଷା ବାତିଲ୍‌ ହେବ ନାହିଁ ଏବଂ କୋଭିଡ୍ ପ୍ରୋଟୋକଲ୍ ମଧ୍ୟରେ ଆସନ୍ତା ଜୁଲାଇରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂତ୍ରରୁ ପ୍ରକାଶ। ଆଜି କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଚାଲିଥିବା ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ କହିଛନ୍ତି ଯେ ପରୀକ୍ଷା ଫର୍ମାଟ୍ ବିଷୟରେ ଅଧିକ ସୂଚନା ଏବଂ ତାରିଖ ଜୁନ୍ ୧ରେ ପ୍ରକାଶ ପାଇବ।

୧୯ ଟି ପ୍ରମୁଖ ବିଷୟଗୁଡ଼ିକରେ ସିବିଏସ୍‌ଇ ବୋର୍ଡ ପରୀକ୍ଷା କରିବାର ବିକଳ୍ପ ଉପରେ ଆଲୋଚନା କରାଯାଇଥିଲା ଏବଂ ଅନେକ ରାଜ୍ୟରୁ ସମର୍ଥନ ମିଳିଥିଲା। ଅନ୍ୟାନ୍ୟ ବିଷୟ ପାଇଁ, ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ପାଇଁ ଏକ ଭିନ୍ନ ଉପାୟ ବାହାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

Comments are closed.