Latest Odisha News

BREAKING NEWS

ଆଜିଠୁ ଆରମ୍ଭ ହେଲା ସିବିଏସଇ ଦଶମ ବୋର୍ଡ଼ ପରୀକ୍ଷା

ଭୁବନେଶ୍ୱର: ସେଣ୍ଟ୍ରାଲ୍ ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଦଶମ ବୋର୍ଡ଼ ପରୀକ୍ଷା ୨୦୧୯ ଲାଗି ଆଜି ୧୦ଟା ୩୦ରେ ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଛି ।

ଆଜି ପରୀକ୍ଷାର ଆରମ୍ଭ ଦିବସରେ ଇ-ପବ୍ଲିଶିଂ ଏବଂ ଇ-ଅଫିସ ବିଷୟରେ ପରୀକ୍ଷା ହୋଇଛି । ଏହି ପରୀକ୍ଷାର ଅବଧି ୨ ଘଣ୍ଟା ରହିଥିଲା । ରାଜ୍ୟରେ ରହିଥିବା ବିଭିନ୍ନ ସିବିଏସଇ ପରିଚାଳିତ ବିଦ୍ୟାଳୟ ମାନଙ୍କରେ ପରିକ୍ଷାର୍ଥୀମାନେ ନିର୍ଦ୍ଦିଷ୍ଟ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଯାଇ ଉପସ୍ଥିତ ହୋଇଛନ୍ତି ।

ତେବେ ମାର୍ଚ୍ଚ ୨ ତାରିଖରୁ ସମସ୍ତ କୋର୍ ସବଜେକ୍ଟ ଗୁଡ଼ିକର ପରୀକ୍ଷା ଆରମ୍ଭ ହୋଇ ଏହା ୨୯ ତାରିଖ ଯାଏ ଚାଲିବ ।

ସିବିଏସଇର ରାଜ୍ୟ ଆଞ୍ଚଳିକ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ଫେବୃଆରୀ ୨୧ ତାରିଖରୁ ପରୀକ୍ଷା ଅନୁଷ୍ଠିତ ହେଉଥିଲେ ମଧ୍ୟ ଏହି ଇ-ପବ୍ଲିଶିଂ ଏବଂ ଇ-ଅଫିସ ବିଷୟକୁ ଇଚ୍ଛାଧିନ ଭାବେ ରଖିଥିବା ଅନେକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଛନ୍ତି ।

ପାଖାପାଖି ୧୮.୧୯ ଲକ୍ଷ ପରୀକ୍ଷାର୍ଥୀ ୨୦୧୯ ସେଣ୍ଟ୍ରାଲ୍ ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଦଶମ ବୋର୍ଡ଼ ପରୀକ୍ଷା ଦେବା ଲାଗି ନାମ ପଞ୍ଜିକରଣ କରିଛନ୍ତି । ଜୋନରେ ୫୫ ହଜାର ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଥିବା ବେଳେ ଓଡ଼ିଶାରୁ କେବଳ ୧୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।

ଫେବୃଆରୀ ୨୧ ତାରିଖ ଦିନ ରାଜ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇ ବନ୍ଦ ପାଳନ କରାଯାଉଥିବା ଯୋଗୁଁ ପରୀକ୍ଷା କେନ୍ଦ୍ର ଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା । ତେବେ ଆନ୍ଦୋଳନରତ ସଂଗଠନ ପକ୍ଷରୁ ଆଶ୍ୱାସନା ଦିଆଯାଇ କୁହାଯାଇଛି ଯେ, ପରୀକ୍ଷାର୍ଥୀ ଏହି ବନ୍ଦ ଯୋଗୁଁ ପ୍ରଭାବିତ ହେବେନାହିଁ ।

Leave A Reply

Your email address will not be published.