Latest Odisha News

BREAKING NEWS

ସିବିଏସଇ ଦଶମ ଶ୍ରେଣୀ ରେଜଲ୍ଟ ପ୍ରକାଶ

ଭୁବନେଶ୍ୱର: ପ୍ରକାଶ ପାଇଛି ସିବିଏସଇ ଦଶମ ଶ୍ରେଣୀ ଫଳାଫଳ । ଏଥର ସର୍ବଭାରତୀୟ ସ୍ତରରେ ପାସ୍ ହାର ୯୧.୪୬ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର ୦.୩୬ ପ୍ରତିଶତ ଅଧିକ ରହିଛି । ସର୍ବଭାରତୀୟ ସ୍ତରରେ ଭୁବନେଶ୍ୱର ଜୋନ ସପ୍ତମ ସ୍ଥାନରେ ରହିଛି ।

ଭୁବନେଶ୍ୱର ଜୋନରେ ପାସ ହାର ୯୩.୨୦ ପ୍ରତିଶତ ରହିଛି । ଝିଅଙ୍କ ପାସହାର ଅଧିକ ରହିଛି । ଝିଅଙ୍କ ପାସ ହାର ରହିଛି ୯୩.୩୧ ପ୍ରତିଶତ । ପୁଅଙ୍କ ପାସହାର ୯୦.୧୪ ପ୍ରତିଶତ ରହିଛି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ୩.୧୭ ପ୍ରତିଶତ ଅଧିକ ।

cbseresults.nic.in ରେ ରେଜଲ୍ଟ ଉପଲବ୍ଧ ହେଉଛି । ୧୮ ଲକ୍ଷ ୮୫ ହଜାର ୮୮୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ଏଥର ମେରିଟ ଲିଷ୍ଟ ଓ ଟପ୍ପର ତାଲିକା ପ୍ରକାଶ କରାଯିବ ନାହିଁ । ଚଳିତ ବର୍ଷ ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୨୮ ପ୍ରତିଶତ ରେଜଲ୍ଟ ପାସ୍ ହାର ରହିଛି । ତାପଛକୁ ଚେନ୍ନାଇ ୯୮.୯୫ ପ୍ରତିଶତ ପାସହାର ରହିଛି ।

Leave A Reply

Your email address will not be published.